ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ
କ୍ୟାବିନେଟ୍ରେ ୧୮ ପ୍ରସ୍ତାବକୁ ମଞ୍ଜୁରି
ଭୁବନେଶ୍ୱର, ୧୦ା୩ (ବୁ୍ୟରୋ): ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ସମୁଦାୟ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ବୋଲି ଗୃହକୁ ଅବଗତ କରାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଶୁକ୍ରବାର ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ନିଦେ୍ର୍ଦଶକ୍ରମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ସେ କହିଥିଲେ, ଓଡିଶାରେ ଜନଜାତି ସମ୍ପ୍ରଦାୟର ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ସାଢେ ୧୪ ଲକ୍ଷ ଜନଜାତି ପରିବାରଙ୍କୁ ଚାଷ ଏବଂ ଏସମ୍ପର୍କିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଆସନ୍ତା ଆର୍ଥିକ ବର୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏସମ୍ପର୍କିତ ପ୍ରସ୍ତାବ ସହିତ ବିଭିନ୍ନ ବିଭାଗ ପକ୍ଷରୁ ଆଗତ ୧୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।
ସେ କହିଥିଲେ, ପ୍ରଚଳିତ ଓଡିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମ ୧୯୭୪ ଅନୁଯାୟୀ ସ୍ତର ୧୨ରେ କୌଣସି ପଦବୀ ନଥିବାରୁ ଏକ ନୂତନ ପଦ ଯଥା ବରିଷ୍ଠ ସହକାରୀ ସମବାୟ ନିବନ୍ଧକ ପଦ ସୃଷ୍ଟି କରାଯିବ । ଏଥିନିମନ୍ତେ ନିୟମରେ ସଂଶୋଧନ କରାଯିବ । ଏନେଇ ସମବାୟ ବିଭାଗ ପକ୍ଷରୁ ଆଗତ ଓଡିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମ ୨୦୨୩କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ରାଜ୍ୟ କଣ୍ଟ୍ରୋଲ ଡିଲରଙ୍କ ଲାଇସେନ୍ସକୁ ବର୍ଷେ ବୃଦ୍ଧି କରାଯାଇଛି । ଯେଉଁ ଡିଲରମାନଙ୍କ ବିରୋଧରେ ଅଭିଯୋଗ ନାହିଁ, ସାଧାରଣ ବଣ୍ଟନ ବ୍ୟବସ୍ଥାର ପରିଚାଳନା ପାଇଁ ସେମାନଙ୍କ ଲାଇସେନ୍ସ ଆସନ୍ତା ୨୦୨୪ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ରାଜ୍ୟରେ ଦିନକୁ ଦିନ ସାଇବର ଠକାମୀ ସହ ଚିଟ୍ ଫଣ୍ଡରେ ଲୋକ ଠକାମୀର ଶିକାର ହେଉଛନ୍ତି । ରାଜ୍ୟରେ ସ୍ୱଳ୍ପ ସଞ୍ଚୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଇବା ଏବଂ ଡିବିଟି ନଗଦ ବିହୀନ କରାବାର ଓ ଡିଜିଟାଲ ବ୍ୟୟ ବ୍ୟବସ୍ଥାର ବ୍ୟାପକ ପ୍ର·ର ପ୍ରସାର ପାଇଁ କ୍ୟାଡର ପୁର୍ନଃଗଠନ କରାଯିବ । ଏହି ପ୍ରସ୍ତାବକୁ କ୍ୟାବିନେଟ ଦେଇଛି ସବୁଜ ସନେ । ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି । ମାତ୍ର ଏ ଆଇନରେ ଅନେକ ତ୍ରୁଟି ଥିବାରୁ ସରକାର ନୂଆ ନିୟମ ପ୍ରଣୟନ କରିବେ , ପ୍ରସ୍ତାବିତ ଆଇନରେ ସମସ୍ତଙ୍କ ସ୍ୱାର୍ଥକୁ ଗୁରୁôବ ମିଳିବା ସହ ଆପାର୍ଟମେଣ୍ଟ ମାଲିକଙ୍କ ସମ୍ପର୍କରେ ସ୍ପଷ୍ଟ ପ୍ରାବଧାନ ରହିବ ।
ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ଅଧିକାରୀ ଓ ସହାୟକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ । ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିବା ଦ୍ୱାରା ଏଣିକି ନୂଆ ବ୍ୟବସ୍ଥାରେ ପଦନ୍ମୋତି ମିଳିବ । ବାସଗୃହ ପ୍ରକଳ୍ପ ପାଇଁ ଲିଜ ସୂତ୍ରରେ ଆବଣ୍ଟିତ ଜମି ଓ ପିପିଟି ମୋଡରେ ବିକଶିତ ପ୍ରକଳ୍ପ ସହ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଏବଂ ଉନ୍ନୟନ କତୃପକ୍ଷ ସପକ୍ଷରେ ଲିଜ ହୋଇଥିବା ଜମିର ଫ୍ରି ହୋଲ୍ଡ ସ୍ଥିତିକୁ ରୂପାନ୍ତର କରାଯିବ । ଏହାଦ୍ୱାରା ଆବଣ୍ଟନ ଗ୍ରାହୀ ମାନେ ପାଇଥିବା ଘରକୁ ଭୋଗ ଦଖଲ କରିପାରିବେ । କେଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କେନ୍ଦ୍ର ସରକାରଙ୍କ ଆଇଆରଟିଏସରୁ ମନୋଜ କୁମାର ମିଶ୍ରଙ୍କ ଇସ୍ତଫା ପରେ ତାଙ୍କୁ ରାଜ୍ୟ ସରକାର ପ୍ରମୁଖ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି । ଏହାକୁ କ୍ୟାବିନେଟ ଅନୁମୋଦନ କରିଛି । ସେହିଭଳି ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗରେ ସରକାର ୩୧୪ଟି ଦ୍ୱିତୀୟ ଶ୍ରେଣୀ ପଦବୀକୁ ଉଚ୍ଛେଦ କରିବେ । ୧୦୩ଟି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପଦ ସୃଷ୍ଟି ହେବ । ସେହିଭଳି ଓଡ଼ିଶା ସରକାରଙ୍କ ବନେ୍ଦାବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଠିକା କର୍ମ·ରୀଙ୍କ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ ବା ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ । ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ·ଷଜମିକୁ ଅଣ-·ଷ ଉଦେ୍ଦଶ୍ୟରେ କିସମ ପରିବର୍ତ୍ତନ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ । ଓଡ଼ିଶା ପଞ୍ଚାୟତରାଜ ଯାନ୍ତ୍ରିକସେବା ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ । ପଞ୍ଚାୟତରଜା କ୍ୟାଡରର ସହକାରୀ ର୍ନିବାହୀ ଯନ୍ତ୍ରୀ ଗ୍ରେଡକୁ ପଦନ୍ମୋତି ମିଳିବ । ସେହିପରି ସମବାୟ ସେବାରେ କାର୍ଯ୍ୟରତ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀକୁ ସଂଗଠିତ ଓ ପଦନ୍ମୋତିକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ସେବା ନିୟମରେ ସଂଶୋଧିତ କରାଯିବ । ଏହି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପୂଜାରୀ ବିଧାନସଭାରେ ଗୃହକୁ ଅବଗତ କରାଇଛନ୍ତି ।