ବନ୍ଦ ହେଲା ୟୁଏସ୍ ସିଲିକନ୍ ଭ୍ୟାଲି ବ୍ୟାଙ୍କ୍
ସେୟାର ଭାଲୁ୍ୟ ହ୍ରାସ ସାଜିଲା କାଳ, ଆମେରିକା ଇତିହାସରେ ୨ୟ ଘଟଣା
ଆମେରିକାରେ ବିତ୍ତୀୟ ସଂକଟ, ଭାରତୀୟ କମ୍ପାନୀ ଉପରେ ଘନେଇଲା ବିପଦ
କାଲିଫର୍ଣ୍ଣିଆ (ଏଜେନ୍ସି): ଆମେରିକାର ୧୬ତମ ସର୍ବବୃହତ୍ ବ୍ୟାଙ୍କ୍ ‘ସିଲିକନ୍ ଭ୍ୟାଲି ବ୍ୟାଙ୍କ୍’ (ଏସ୍ଭିବି)କୁ ବନ୍ଦ କରିବା ସମ୍ପର୍କରେ ୟୁଏସ୍ ବ୍ୟାଙ୍କିଂ ରେଗୁଲେଟରୀ କର୍ତ୍ତୃପକ୍ଷ (କାଲିଫର୍ଣ୍ଣିଆ ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ପ୍ରୋଟେକ୍ସନ୍ ଆଣ୍ଡ୍ ଇନୋଭେସନ୍ (ଏଫ୍ଡିଆଇସି) ନିଦେ୍ର୍ଦଶ ଜାରି କରିଛନ୍ତି । ଏଥିସହ ଫେଡେରାଲ ଡିପୋଜିଟ୍ ଇନ୍ସୁ୍ୟରାନ୍ସ କର୍ପୋରେସନ (ଏଫ୍ଡିଆଇସି)କୁ ବ୍ୟାଙ୍କର ରିସିଭର ଭାବେ ନିଯୁକ୍ତି କରାଯାଇଛି । ଅର୍ଥାତ୍ ଏଣିକି ବ୍ୟାଙ୍କ୍ରେ ଗ୍ରାହକଙ୍କ ଜମା ଅର୍ଥର ସୁରକ୍ଷା ଦାୟିତ୍ୱ ଏଫ୍ଡିଆଇସି ନିର୍ବାହ କରିବ । ସେହିପରି ଏଫ୍ଡିଆଇସି ବ୍ୟାଙ୍କର ଇନ୍ସୁ୍ୟରାନ୍ସ ବାବଦ ଜମା ଅର୍ଥକୁ ମଧ୍ୟ ସୁରକ୍ଷିତ ରଖିବା ଲାଗି ଡିପୋଜିଟ୍ ଇନ୍ସୁ୍ୟରାନ୍ସ ନ୍ୟାସନାଲ ବ୍ୟାଙ୍କ୍ ଅଫ୍ ସାଣ୍ଟାକ୍ଲାରା ଗଠନ କରିଥିବା ଜଣାପଡିଛି ।
ପ୍ରକାଶ, ଗତ ୯ ତାରିଖରେ ବ୍ୟାଙ୍କର ମୂଳ କମ୍ପାନୀ ଏସ୍ଭିବି ଫାଇନାନ୍ସିଆଲ୍ ଗ୍ରୁପ୍ର ସେୟାରରେ ପ୍ରାୟ ୬ଠ% ହ୍ରାସ ପରିଲକ୍ଷିତ ହେବା ପରେ ବ୍ୟାଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ପ୍ରଭାବୀ ଢ଼ଙ୍ଗରେ ରୋକ୍ ଲଗାଇ ଦିଆଯାଇଛି । ତେବେ ଏହା ଆମେରିକା ଇତିହାସରେ ୨ଠଠ୮ର ବିତ୍ତୀୟ ସଂକଟ ପରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ବ୍ୟାଙ୍କିଂ ସଂକଟ ଭାବେ ବିବେଚନା କରାଯାଉଛି । ୨ଠଠ୮ରେ ଆମେରିକାର ସର୍ବବୃହତ୍ ହୋମ୍ ଲୋନ୍ କମ୍ପାନୀ ବିୟର ଷ୍ଟନର୍ସ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଦେବାଳିଆ ହୋଇଯାଇଥିଲା । ସମ୍ପ୍ରତି ଏସ୍ଭିବିର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାରେ ଅବସ୍ଥିତ ରହିଥିବା ବେଳେ ବ୍ୟାଙ୍କ୍ ନିକଟରେ ପ୍ରାୟ ୨୧ଠ ବିଲିଅନ୍ ଡଲାରର ଜମା ଅର୍ଥ ରାଶି ତଥା ସମ୍ପତ୍ତି ମହଜୁଦ୍ ରହିଛି । ବୁଧବାର ବ୍ୟାଙ୍କ୍ ସୂଚନା ଦେଇ କହିଥିଲା, ଏହା ୨.୨୫ ବିଲିୟନ ଡଲାରର ସେୟାର ବିକ୍ରି କରିବ । ଏହାର ପୋର୍ଟଫୋଲିଓକୁ ବ୍ୟାପକ କ୍ଷତି ହୋଇଛି । ରୟଟର୍ସ ରିପୋର୍ଟ ଅନୁସାରେ ଏସ୍ଭିବି ସେୟାର ମୂଲ୍ୟ ହ୍ରାସ ପାଇବା ଯୋଗୁ ଗତ ୨ ଦିନ ମଧ୍ୟରେ ଆମେରିକୀୟ ବ୍ୟାଙ୍କ୍ଗୁଡ଼ିକୁୂ ଷ୍ଟକ୍ ମାର୍କେଟ୍ରେ ବ୍ୟାପକ କ୍ଷତି ସହିବାକୁ ପଡିଥିଲା । ଏହି ୨ ଦିନ ମଧ୍ୟରେ ପ୍ରାୟ ୧ଠଠ ଆରବ ଡଲାର ୟୁୂଏସ୍ ବ୍ୟାଙ୍କ୍ ସମୂହ ଷ୍ଟକ୍ ମାର୍କେଟ୍ରେ ହରାଇଥିଲେ । କେବଳ ଆମେରିକୀୟ ବ୍ୟାଙ୍କ୍ କାହିଁକି, ଆମେରିକୀୟ ଷ୍ଟକ୍ ମାର୍କେଟ୍ ପୁଞ୍ଜି ନିବେଶ କରିଥିବା ୟୁରୋପୀୟ ବ୍ୟାଙ୍କ୍ ଗୁଡ଼ିକୁ ମଧ୍ୟ ୫ଠ ଆରବ ଡଲାରର କ୍ଷତି ହୋଇଛି । ସୁତରାଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଏଫ୍ଡିଆଇସି ସିଲିକନ୍ ଭ୍ୟାଲି ବ୍ୟାଙ୍କ୍କୁ ଟେକ୍ଓଭର କରିବା ନେଇ ଘୋଷଣା କରିଛି । ରିପୋର୍ଟ ଅନୁସାରେ ସିଲିକନ୍ ବ୍ୟାଙ୍କ୍ ଆସନ୍ତା ୧୩ ମାର୍ଚ୍ଚକୁ ହିଁ ଖୋଲିବ । ଯାହାଦ୍ୱାରା ସମସ୍ତ ଇନ୍ସୁ୍ୟରାନ୍ସ ହୋଲ୍ଡର ଜମାକାରୀଙ୍କୁ ନିଜ ଜମା ଅର୍ଥ ଉଠାଇନେବାର ସୁବିଧା ମିଳିପାରିବ ।
ଆମେରିକାରେ ନୂଆ ଟେକ୍ କମ୍ପାନୀ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ସହାୟତା ଦେବା କ୍ଷେତ୍ରରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଥିଲା । ତେବେ ଏହି ପ୍ରସଙ୍ଗ କେବଳ ଆମେରିକା ଭିତରେ ସୀମିତ ରହିଥିଲେ ମଧ୍ୟ ସମଗ୍ର ବିଶ୍ୱ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତୀୟ କମ୍ପାନୀ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି କୁହାଯାଉଛି । କାରଣ ଏସ୍ଭିବି ଭାରତରେ ପ୍ରାୟ ୨୧ ଷ୍ଟାର୍ଟଅପ୍ରେ ନିବେଶ କରିଛି । ସବୁଠୁ ବଡ଼ ପୁଞ୍ଜି ନିବେଶ ଭାବେ ୧୫ଠ ମିଲିଅନ୍ ଡଲାର ପରିମାଣର ଅର୍ଥ କେବଳ ଏସ୍ଏଏଏସ୍-ୟୁନିଫର୍ମ ଆଇସର୍ଟିସ୍ରେ କରାଯାଇଛି । ଏତଦ୍ବ୍ୟତୀତ ଏସ୍ଭିବି ବ୍ଲୁ୍ୟଷ୍ଟୋନ୍, ପେଟିଏମ୍, ୱାନ୍୯୭ କମୁ୍ୟନିକେସନ୍, ପେଟିଏମ୍ ମଲ୍, ନାପତୋଲ, କାରୱାଲେ, ଭଳି କମ୍ପାନୀରେ ମଧ୍ୟ ପର୍ଯ୍ୟାପ୍ତ ପୁଞ୍ଜି ନିବେଶ କରିଛି । ଏବେ ଏସବୁ ଭାରତୀୟ କମ୍ପାନୀଙ୍କ ସ୍ଥିତି କ’ଣ ହେବ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।