ଓଡିÿଶାକୁ ଜାତୀୟ ପୁରସ୍କାର

ବିପର୍ଯ୍ୟୟ ପରିଚାଳନାରେ ଓଡିÿଶାର ପ୍ରଦର୍ଶନ ସର୍ବୋକ୍ରୃଷ୍ଟ: ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୧ଠା୩: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପୁଣି ଓଡ଼ିଶା ଏକ ରୋଲ୍ ମଡେଲ୍ ହୋଇଛି । ଉନ୍ନତ ପ୍ରସ୍ତୁତି ଓ ଦକ୍ଷତା ବିକାଶ ସହିତ ରାଜ୍ୟ ବିପର୍ଯ୍ୟୟର ସଠିକ୍ ମୁକାବିଲା ଓ ପରିଚାଳନା କରିବାରେ ସକ୍ଷମ ହୋଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମ୍ମାନଜନକ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପାଇଁ ଓସ୍ଡମା ମନୋନୀତ ହୋଇଛି ।
ଶୁକ୍ରବାର ଦିଲ୍ଲୀ ବିଜ୍ଞାନ ଭବନରେ ଠାରେ ଅନୁଷ୍ଠିତ ତୃତୀୟ ବିପର୍ଯ୍ୟୟ ବିପଦ ହ୍ରାସ ମଞ୍ଚ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓସଡମାକୁ ଏହି ପୁରସ୍କାର ଦେଇଛନ୍ତି । ପୁରସ୍କାର ବାବଦକୁ ୫୧ ଲକ୍ଷ ଟଙ୍କାର ଅର୍ଥ ରାଶି ସହିତ ସାର୍ଟିଫେକଟ୍ ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ।
ଏହି ଅବସରରେ ଓଡିଶାର ବିପର୍ଯ୍ୟୟ ପରିଚାଳନାକୁ ପ୍ରଧାନମନ୍ତ୍ରୀ ଖୁବ ପ୍ରଶଂସା କରିଥିଲେ । ସେ କହିଥିଲେ, ବାତ୍ୟା, ବନ୍ୟା ପ୍ରଭୃତି ବିଭିନ୍ନ ବିପର୍ଯ୍ୟୟ ସମୟରେ ଓଡିଶାର ଆପଦ ମୁକାବିଲା ପରିଚାଳନା ସର୍ବୋକ୍ରୃଷ୍ଟ ହୋଇଥିବାରୁ ଓଡିଶାକୁ ଏହି ପୁରସ୍କାର ଦିଆଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *