ଓଏମ୍ଜି ବୁକ୍ ଅଫ୍ ରେକର୍ଡ୍ସରେ ସମରଞ୍ଜନ

ହକି ସମ୍ପର୍କିତ ତଥ୍ୟ ସଂଗ୍ରହ ନିଶା
ଭୁବନେଶ୍ୱର, ୧୦ା୩ (ବୁ୍ୟରୋ): ସମରଞ୍ଜନ ଜଣେ ବେସରକାରୀ କର୍ମଚାରୀ । ହେଲେ ହକି ସମ୍ବନ୍ଧୀୟ ତଥ୍ୟ, ହକି ଟିକେଟ୍, ଦେଶ ବିଦେଶର ବିଭିନ୍ନ ପ୍ରକାର ପୁରାତନ ମୁଦ୍ରା, ଡାକ ଟିକେଟ, ଡାକ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଲଫାପା, ଦିଆସିଲ ଖୋଳ, ବସ୍, ଟ୍ରେନ, ମେଟ୍ରୋ ଟିକେଟ୍, ପ୍ଲାଷ୍ଟିକ କାର୍ଡ, ସିମ୍ କାର୍ଡ ଓ ବିଭିନ୍ନ ଅନ୍ତର୍ଜାତୀୟ ଖେଳ ଟିକେଟ୍ ସଂଗ୍ରହ ନିଶା । ବେସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ସମରଞ୍ଜନ ମହାନ୍ତି ହକି ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ ପ୍ରଥମ ଓଡ଼ିଆ ଭାବେ ସେ ‘ଓମ୍ଜି ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ପାଇଛନ୍ତି ।
ସେ ସର୍ବାଧିକ ହକି ସମ୍ବନ୍ଧୀୟ ସଂଗ୍ରହ ଯେପରିକି ୨୦୧୮, ୨୦୨୩ରେ ହୋଇଥିବା ବିଶ୍ୱକପ୍ ଟିକେଟ୍ ସହ ଅନ୍ୟାନ୍ୟ ଟିକେଟ, ହକି ସମ୍ବନ୍ଧୀୟ ଡାକ ଟିକେଟ, ସ୍ୱତନ୍ତ୍ର ଲଫାପା, ହକି ଚିତ୍ର ଥିବା ଦିଆସିଲି ଖୋଳ, ହକି ସମ୍ବନ୍ଧୀୟ ଅନେକ ପୁସ୍ତକ ଓ ପେପର କ୍ଲିପିଂ ସଂଗ୍ରହ କରି ସଂଗ୍ରହାଳୟରେ ରଖିଛନ୍ତି । ଏ ସବୁ ସଂଗ୍ରହ କରଯାଇଥିବା ଜିନିଷ ଗୁଡ଼ିକୁ ଏକ ଘରୋଇ ସଂଗ୍ରହାଳୟ ରୂପ ଦେଇ ‘ମୋ ସଂଗ୍ରହାଳୟ’ ନାମରେ ନାମିତ କରିଛନ୍ତି । ଫଳରେ ଛୁଟିଦିନରେ ବିଭିନ୍ନ ସ୍କୁଲର ପିଲାମାନେ ଦେଖିବା ପାଇଁ ଆସୁଛନ୍ତି ।
ଭୁବନେଶ୍ୱର ଭିଏସ୍ଏସ୍ ନଗର ବାସିନ୍ଦା ସମରଞ୍ଜନଙ୍କ ଏହି ନିଶା ୨ଠ୧୭ରୁ ଆରମ୍ଭ କରିଛନ୍ତି । ଅଫିସ୍ରୁ ଫେରିଲା ପରେ ସମରଞ୍ଜନ ଟିକେଟ୍ ସଂଗ୍ରହରେ ଲାଗି ପଡ଼ନ୍ତି । ଲୋକେ ହକି ସମ୍ବନ୍ଧରେ ଯେପରି ସମସ୍ତ ତଥ୍ୟ ପାଇପାରିବେ ସେ ନେଇ ଉଦ୍ୟମ ଚଳାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *