ଗିନିଜ୍ ବୁକ୍ରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍

ରାଉରକେଲା/ଭୁବନେଶ୍ୱର, ୧୦ା୩(ଆପ୍ର/ବୁ୍ୟରୋ): ଗିନଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ବିଶ୍ୱର ସର୍ବବୃହତ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ । ପୁରୁଷ ହକି ବିଶ୍ୱ କପ୍ର ଦୁଇଟି କ୍ରମାଗତ ୍ସଂସ୍କରଣକୁ ସଫଳତାର ସହ ଆୟୋଜନ କରିବା ସହିତ ରେକର୍ଡ ୧୫ ମାସ ମଧ୍ୟରେ ବିଶ୍ୱର ସର୍ବବୃହତ୍ ଦର୍ଶକ କ୍ଷମତା ବିଶିଷ୍ଟ ହକି ଷ୍ଟାଡିୟମ୍, ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ପାଇଁ ଓଡିଶା ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏକ ମାନପତ୍ର ପ୍ରଦାନ କରାଯାଇଛି ।ଏହି ସ୍ୱୀକୃତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟ ଆଜି କେତେ ଦୂର ଆଗେଇଛି, ତାହାର ପ୍ରମାଣ ହେଉଛି ଗିନିଜ୍ ବୁକ୍ ଅଫ ରେକର୍ଡର ଏହି ସ୍ୱୀକୃତି । ଅର୍ନ୍ତଜାତୀୟ କ୍ରୀଡା ମାନଚିତ୍ରରେ ଆଜି ଓଡିଶା ଏକ ଚିହ୍ନ ସୃଷ୍ଟି କରିଛି । ଏହା ଆମ ସମସ୍ତଙ୍କ ଗର୍ବ ଓ ଗୌରବର ବିଷୟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *