ବାପ-ପୁଅ ସମେତ ୫ ମୃତ

ବାଣ ଭିଡିÿବା ବେଳେ ବିସ୍ଫୋରଣ
ବାଲୁଗାଁ, ୬ା୩ (ଆପ୍ର): ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଥାନା ଇଛାପୁର ଗ୍ରାମରେ ଘଟିଥିବା ବାଣ ବିସ୍ଫୋରଣର ସପ୍ତାହେ ନ ଯାଉଣୁ ସୋମବାର ପୁଣି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟି ବାପ ଓ ଦୁଇ ପୁଅ ସମେତ ୫ ଜଣ ପ୍ରାଣ ହରାଇଛନ୍ତି । ଆଉ ୩ ଜଣ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୋଳ ପୂର୍ଣ୍ଣିମାରେ ଆତସବାଜି ପାଇଁ ବାଣ ପ୍ରସ୍ତୁତ କରାଯାଉଥିବା ବେଳେ ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବାଣ ଘରର ଟିଣ ଛାତ ଉଡ଼ିଯିବା ସହିତ ଇଟା ପଥର ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିଲା । ବାଣ ଘରେ ୪ଜଣ ଯାକ ମରିପଡ଼ିଥିଲେ । ଅନ୍ୟ ଜଣଙ୍କର ଏସ୍ସିବି ମେଡିକାଲରେ ମୃତୁ୍ୟ ହୋଇଛି । ଆହତ ବ୍ୟକ୍ତିମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବାହାରକୁ ଆସି ଜୀବନ ବଞ୍ଚାଇପାରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । କିଛି ଦିନ ହେବ ଏଠାରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିଲା । ଭୂଷଣ୍ଡପୁର ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ହଟ ବେହେରାଙ୍କ ବାଣ ଘରେ ବାଣ ଭିଡା ଯାଉଥିବା ବେଳେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଗ୍ରାମବାସୀ ତୁରନ୍ତ ସେଠାରେ ପହଞ୍ଚି ଥିଲେ । ବିସ୍ଫୋରଣ ପରବର୍ତ୍ତୀ ଦୃଶ୍ୟ ଦେଖି ସମସ୍ତେ ହତବାକ୍ ହୋଇଯାଇଥିଲେ । ଇଟାଗୁଡ଼ିକ ଏଣେତେଣେ ପଡ଼ିଥିବା ବେଳେ କାନ୍ଥ ଫାଟି ପଥର ବାହାରି ଆସିଥିଲା । ମୃତକମାନଙ୍କ ଉପରେ ଦରପୋଡ଼ା ବାଣ, ଇଟା ପଥର ଇତ୍ୟାଦି ଗଦା ହୋଇଥିଲା । ବାହାରେ ଆହତ ବ୍ୟକ୍ତିମାନେ ପଡ଼ିଥିଲେ । ସଂପୃକ୍ତ ଅଞ୍ଚଳ କଳା ଧୂଆଁ ଓ ପୋଡ଼ି ଯାଇଥିବା ବାଣ, ସୁତୁଲି, ପାଉଁଶ ପଡ଼ି ବୀଭତ୍ସ ଦୃଶ୍ୟ ସୃଷ୍ଟି କରୁଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ୪ଜଣଙ୍କ ପୋଡ଼ା ଶବ ଉଦ୍ଧାର କରିଥିଲେ ।ମୃତକମାନେ ହେଲେ ଭୁଷଣ୍ଡପୁରର ସହଦେବ ବେହେରା, ତାଙ୍କ ପୁଅ ନିରଞ୍ଜନ ବେହେରା(୨୫) ଓ ଦୋଳଗୋବିନ୍ଦ ବେହେରା, କଣାସ ଓ ନିରାକାରପୁରର ବୃନ୍ଦାବନ ସାହୁ ଏବଂ ବ୍ରଜ ବେହେରା । ବିସ୍ଫୋରଣରେ ସହଦେବଙ୍କ ଆଉ ଜଣେ ପୁଅ ଆହତ ହୋଇଛନ୍ତି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଆହତମାନଙ୍କର ଶରୀରର ପ୍ରାୟ ୭୦% ପୋଡ଼ି ଯାଇଛି ଓ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତରଖାାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ହସ୍ପିଟାଲରେ ବର୍ଣ୍ଣ ୱାର୍ଡ ନ ଥିବାରୁ ଅବସ୍ଥା ଅଧିକ ଗମ୍ଭୀର ଥିବା ବ୍ୟକ୍ତିମାନଭ୍କୁ ଏମ୍ସ ଓ କଟକ ସ୍ଥାନାନ୍ତର କରାଯାଇଛି । ଘରେ ବିଦୁ୍ୟତ୍ ସଂଯୋଗ ନ ଥିଲା । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିବ । ବାଣ ପ୍ରସ୍ତୁତ ବେଳେ ଅସାବଧାନ ଯୋଗୁ ଅଘଟଣ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଖବର ପାଇ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍ପି ସିଦ୍ଧାର୍ଥ କଟାରିଆ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ଆଦି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିସ୍ଫୋରଣ ହୋଇଥିବା ଘର ବୁଲି ଦେଖିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି । ଘଟଣାସ୍ଥଳରୁ ବାରୁଦ, ଗନ୍ଧକ, ଖାର, ସେଲୋଟେପ, କିଛି ଦରପୋଡ଼ା କାଗଜପତ୍ର, ସୁତୁଲି ଆଦିର ନମୁନା ସଂଗ୍ରହ କରାଯାଇଛି । ବିସ୍ଫୋରଣ ସଂପର୍କରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ବିନା ଅନୁମତିରେ ବାଣ ପ୍ରସ୍ତୁତ ହେଉଥିଲା । ବାଣ ପାଇଁ କେଉଁଠୁ କଞ୍ଚାମାଲ ଆସୁଥିଲା ତାହା ମଧ୍ୟ ତଦନ୍ତ ପରିସରକୁ ଆସିବ । କୋଭିଡ ମହାମାରୀ ନିମନ୍ତେ ୨ ବର୍ଷ ହେଲା ଦୋଳ ଯାତ୍ରା ବନ୍ଦ ଥିଲା । ଚଳିତ ବର୍ଷ କଟକଣା ହଟିଥିବାରୁ ଜାକଜମକରେ ଦୋଳ ପାଳନ ଲାଗି ବାଣ ପ୍ରସ୍ତୁତ କରାଯାଉଥିଲା । ମୃତାହତମାନେ ଭୁଷଣ୍ଢପୁର ଓ କଣାସ ଅଞ୍ଚଳର ଏବଂ ସେମାନଙ୍କୁ ବାଣଘର ମାଲିକ କାମରେ ଲଗାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଫେବ୍ରୁଅ ।ରୀ ୨୮ ତାରିଖରେ ଇଚ୍ଛାପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏବେ ଏହି ଅଘଟଣ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ସୃଷ୍ଟି କରିଛି । ଥାନା ନିକଟରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ସମୟରେ ପୁଲିସ କିମ୍ବା ପ୍ରଶାସନ କିପରି ଜାଣି ପାରିଲାନି ତାହା ବିସ୍ମୟ ସୃଷ୍ଟି କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *