ତ୍ରିପୁରାରେ ପୁଣି ମାଣିକ ସରକାର

ଅଗରତାଲା (ଏଜେନ୍ସି): ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବା ସତ୍ତ୍ୱେ ଏଠାରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ ବିଜେପି ଦ୍ୱନ୍ଦ୍ୱରେ ରହିଥିଲା । ତେବେ ସୋମବାର ପ୍ରଦେଶ ବିଜେପି ବିଧାୟକ ଦଳ ବୈଠକ ବସିଥିବା ବେଳେ ଏଥିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ୭ଠ ବର୍ଷୀୟ ମାଣିକ ଶାହାଙ୍କୁ ମନୋନୀତ କରାଯାଇଛି । ଫଳରେ ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ସମ୍ଭାଳିବା ନିଶ୍ଚିତ ହୋଇଯାଇଛି ।
ସୋମବାର ସନ୍ଧ୍ୟାରେ ରାଜ୍ୟରେ ଶାସକ ଦଳ ବିଜେପିର ନବନିର୍ବାଚିତ ସଦସ୍ୟଙ୍କୁ ନେଇ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ବଛାଯିବ ସେନେଇ ଆଲୋଚନା କରାଯାଇଥିଲା । ତେବେ ବୈଠକରେ ମାଣିକ ଶାହାଙ୍କ ନାମ ଦ୍ୱିତୀୟ ଥର ପାଇଁ ମନୋନୀତ ହୋଇଥିଲା । ପ୍ରକାଶ, ମାଣିକ ଶାହାଙ୍କ ନେତୃତ୍ୱରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଆଇପିଏଫ୍ଟି ୬ଠ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ମୋଟ୍ ୩୩ଟି ଆସନ ଜିତି କ୍ଷମତାକୁ ଫେରିଛନ୍ତି ।
ସୂଚନାଯୋଗ୍ୟ, ତ୍ରିପୁରାରେ ବୁଧବାର ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନ‡ା ଯୋଗ ଦେବାର ସମ୍ଭାବନା ରହିଛି । ପ୍ରକାଶ, ରବିବାର ଦିଲ୍ଲୀରେ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ବାସଭବନରେ ବିଜେପି ଅଧ୍ୟକ୍ଷ ଜେପି ନ‡ା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କ ବୈଠକ ହୋଇଥିଲା । ସୂତ୍ର ଅନୁସାରେ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୌମିକଙ୍କ ନାଁ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । କିନ୍ତୁ ଦଳର ଶୀର୍ଷ ନେତୃତ୍ୱ ମାଣିକ ଶାହାଙ୍କ ସପକ୍ଷରେ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *