ଶସ୍ତାରେ ଚିକିତ୍ସା ସେବାକୁ ପ୍ରାଥମିକତା

ସ୍ୱାସ୍ଥ୍ୟ ଓ ଚିକିତ୍ସା ଅନୁସନ୍ଧାନ ଉପରେ ପୋଷ୍ଟ ବଜେଟ୍ ୱେବିନାର୍
ନୂଆଦିଲ୍ଲୀ (ଏଜେନ୍ସି): ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ ସଂକ୍ରାନ୍ତରେ ସୋମବାର ଆୟୋଜିତ ୱେବିନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ମୋଦି ଏହି ଅବସରରେ କହିଛନ୍ତି, ‘ପିଏମ୍ ଆୟୁଷ୍ମାନ ଭାରତ’ ଯୋଜନା (ସ୍ୱାସ୍ଥ୍ୟ ଭିତ୍ତିଭୂମି) ମାଧ୍ୟମରେ ଦେଶର ଛୋଟ ଛୋଟ ସହରରେ ମଧ୍ୟ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚôପାରିଛି । ଛୋଟ ସହରରେ ନୂତନ ଡାକ୍ତରଖାନା ନିର୍ମାଣ ସହ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ଏକ ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ ମଧ୍ୟ ବିକଶିତ କରାଯାଉଛି ।
ଏହି ଅବସରରେ ମୋଦି ସ୍ୱାସ୍ଥ୍ୟ ସେକ୍ଟରରେ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଭାରତ ଉଦ୍ୟମ ଜାରି ରଖିଥିବା କହିଛନ୍ତି । ମୋଦିଙ୍କ ଅନୁସାରେ ସ୍ୱାସ୍ଥ୍ୟ ସେବା ଏବଂ ଡାକ୍ତରୀ ଗବେଷଣା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବଜେଟ୍ ଉପରେ ସୂଚନା ଦେଇ ମୋଦି କହିଛନ୍ତି, ସମନ୍ୱିତ ଆଭିମୁଖ୍ୟ ଅଭାବ ଓ ଦଶନ୍ଧି ଦଶନ୍ଧି ଧରି ସେହି ଅବସ୍ଥା ଅପରିବର୍ତ୍ତିତ ରହିବାରୁ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଯାଇଥିଲା । କିନ୍ତୁ ଏବେର ଭାରତ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ଥିତି ସୁଧାରିବା ପାଇଁ ଏହାକୁ କେବଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ସୀମିତ ନ ରଖି ସରକାରଙ୍କ ସାମଗ୍ରିକ ଆଭିମୁଖ୍ୟରେ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କହିଛନ୍ତି, ଦେଶରେ ଭଲ ଏବଂ ଆଧୁନିକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବର୍ତ୍ତମାନ ସମୟରେ ଦେଶରେ ଦେଢ଼ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ମଧୁମେହ, କର୍କଟ ଏବଂ ହୃଦୟ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟାର ସ୍କ୍ରିନିଂ ପାଇଁ ମଧ୍ୟ ଏହି କେନ୍ଦ୍ରଗୁଡ଼ିକରେ ସୁବିଧା ରହିଛି । ସେହିପରି ବର୍ତ୍ତମାନ ସମୟରେ ଦେଶରେ ୯ ହଜାର ଜନ ଔଷଧି କେନ୍ଦ୍ର ରହିଥିବା ଏବଂ ବଜାର ମୂଲ୍ୟ ଠାରୁ ଏଠାରେ ଶସ୍ତାରେ ଔଷଧ ଉପଲବ୍ଧ ହେଉଛି । ଏହାଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କର ବାର୍ଷିକ ପ୍ରାୟ ୨ଠ ହଜାର କୋଟି ଟଙ୍କା ସଞ୍ଚୟ ହୋଇ ପାରୁଛି । ଏତଦ୍ବ୍ୟତୀତ ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହିତ ଦେଶର କୋଟି କୋଟି ଲୋକଙ୍କ ଚିକିତ୍ସା ପାଇଁ ପ୍ରାୟ ୮ଠ ହଜାର କୋଟି ଟଙ୍କା ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *