ରାବଡ଼ୀଙ୍କୁ ୪ ଘଣ୍ଟା ଜେରା

ପାଟନା, ୬ା୩: ଜମି ବଦଳରେ ରେଳବାଇରେ ଚାକିରି (ଲ୍ୟାଣ୍ଡ ଫର୍ ଜବ୍) ମାମଲାରେ ସିବିଆଇ ଟିମ୍ ସୋମବାର ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀଙ୍କୁ ୪ ଘଣ୍ଟା ଜେରା କରିଛି । ଆସନ୍ତା କାଲି ଦିଲ୍ଲୀରେ ଲାଲୁଙ୍କୁ ଜେରା କରାଯିବ ବୋଲି ନିଜେ ରାବଡ଼ୀ ସୂଚନା ଦେଇଛନ୍ତି । ସିବିଆଇର ୧୨ ଜଣ ଅଫିସର ୪ଟି କାର୍ରେ ଆସି ସୋମବାର ପୂର୍ବାହ୍ଣ ସାଢ଼େ ୧୦ଟା ବେଳେ ପାଟନାର ୧୦, ସର୍କୁଲାର ରୋଡ୍ ସ୍ଥିତ ରାବଡ଼ୀଙ୍କ ଘରେ ପହଞ୍ଚô ପ୍ରାୟ ୫ ଘଣ୍ଟା ପରେ ବାହାରିଥିଲେ । ସିବିଆଇ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ସର୍ଚ୍ଚ ବା ରେଡ୍ ନ ଥିଲା । ଏ ମାମଲାରେ ଅଭିଯୁକ୍ତ ଲାଲୁ, ରାବଡ଼ୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ନାମରେ ମକଦ୍ଦମା ଚଳାଇବାକୁ ନିକଟରେ କେନ୍ଦ୍ର ସରକାରଙ୍କ ଠାରୁ
ନୁମତି ମିଳିବା ପରେ ଜେରା ଆରମ୍ଭ ହୋଇଛି । ସିବିଆଇ ଜେରା ବିରୋଧରେ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ଅନେକ ନେତା ଓ କର୍ମକର୍ତ୍ତା ପହଞ୍ଚô ରାବଡ଼ୀଙ୍କ ଘର ଆଗରେ ଧାରଣାରେ ବସିବାରୁ ସେଠାରେ ସୁରକ୍ଷା ବନେ୍ଦାବସ୍ତ ବଢ଼ାଇ ଦିଆଯାଇଥିଲା । ଜେରା ପରେ ରାବଡ଼ୀ ବିଧାନ ପରିଷଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ଆଧାରରେ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି । ଲାଲୁ, ରାବଡ଼ୀ ଓ ମୀସାଙ୍କୁ ୧୫ ତାରିଖ ଦିନ ହାଜର ହେବା ଲାଗି ଆଦେଶ ଦିଆଯାଇଛି । ଚାର୍ଜସିଟ୍ରେ ଲାଲୁ-ରାବଡ଼ୀଙ୍କ ଛଡ଼ା ଅନ୍ୟ ୧୪ଜଣ ଅଭିଯୁକ୍ତ । ଗତବର୍ଷ ମେ’ ଓ ଅଗଷ୍ଟରେ ସିବିଆଇ ଅଭିଯୁକ୍ତମାନଙ୍କ ୧୭ ଠିକଣାରେ ଚଢ଼ଉ କରିଥିଲା ।
ଲାଲୁ ୨୦୦୪-୨୦୦୯ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିବାବେଳେ ଲ୍ୟାଣ୍ଡ ଫର୍ ଜବ୍ ସ୍କାମ୍ ହୋଇଥିଲା । ସିବିଆଇ ୨୦୨୨ ମେ’ରେ ଏ ସମ୍ବନ୍ଧୀୟ ମାମଲା ରୁଜୁ କଲା । ଚାର୍ଜସିଟ୍ ଅନୁଯାୟୀ, ଲାଲୁଙ୍କ ପରିବାର ବିହାରରେ ଏହି ପନ୍ଥାରେ ୧ ଲକ୍ଷ ବର୍ଗଫୁଟରୁ ଅଧିକ ଜମି ମାତ୍ର ୨୬ ଲକ୍ଷ ଟଙ୍କାରେ ହାତେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *