ଜାତି ଉଦେ୍ଦଶ୍ୟରେ ଡାକୋଟା ସମର୍ପିତ

ଭୁବନେଶ୍ୱର, ୫ା୩ (ବୁ୍ୟରୋ): ଆଜି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାତି ଉଦେ୍ଦଶ୍ୟରେ ବିଜୁବାବୁଙ୍କ ଐତିହାସିକ ଡାକୋଟା ଡିସି-୩ (ଭିଟିଏୟୁଆଇ)କୁ ସମର୍ପଣ କରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନକୁ ଆଜି ସର୍ବସାଧାରଣଙ୍କ ପାଇଁ, ଓଡ଼ିଆମାନଙ୍କ ଓ ସାରା ଦେଶବାସୀଙ୍କ ପାଇଁ ସମର୍ପଣ କରିଛନ୍ତି ।
ସୂଚନାଯୋଗ୍ୟ ଏହି ବିମାନ କୋଲ୍କାତା ବିମାନବନ୍ଦରରେ ବର୍ଷବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆ ରୂପରେ ପ୍ରଦର୍ଶନ କରାଯାଇଛି । ଏହି ବିମାନରେ ରହିଛି ବିଜୁବାବୁଙ୍କ ଭଳି ଜଣେ ଅଦମ୍ୟ ସାହାସୀ ଓଡ଼ିଆ ଯୁବକର ବୀରତ୍ୱ ଓ ପରାକାଷ୍ଠାର କାହାଣୀ । ଏହି ବିମାନରେ ବିଜୁବାବୁ, ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହ ଇଣ୍ଡୋନେସିଆ ଯାଇ ସେଠାକାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଡଚ୍ମାନଙ୍କ କବଳରୁ ମୁକ୍ତକରି ଭାରତ ଆଣିଥିଲେ । ସେ କାହାଣୀ ଆଜି ସମସ୍ତେ ଜାଣନ୍ତି । କିନ୍ତୁ ଆଜିଠାରୁ ସେହି ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀକୁ ଦେଖିବାର ଓଡ଼ିଶା ତଥା ଦେଶବାସୀ ସୁଯୋଗ ପାଇବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହି ବିମାନ ଏବେ ଯୁଗଯୁଗ ଧରି ଓଡ଼ିଆମାନଙ୍କୁ ସାହସ, ବୀରତ୍ୱ ଓ ଦେଶ ପାଇଁ ସମର୍ପଣ ଭାବର ବାର୍ତ୍ତା ଦେଇଚାଲିବ । ବିଶ୍ୱବାସୀଙ୍କ ସମ୍ମୁଖରେ ଓଡ଼ିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ନନ୍ସିଡୁ୍ୟଲ୍ ଫ୍ଲାଇଟ୍ର ଶୁଭାରମ୍ଭ କରିଥିଲେ । ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ ବିଧାନସଭା ପରିସରରେ ପହଞ୍ଚô ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *