୭ରୁ କାଳବୈଶାଖୀ

ଭୁବନେଶ୍ୱର, ୫ା୩(ବୁ୍ୟରୋ): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି । ରବିବାର ରାଜ୍ୟର ୫ଟି ସହରର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା । ତାଳଚେରରେ ସର୍ବାଧିକ ତାପମାତ୍ରା ୩୮.୮ ଡିଗ୍ରୀ ଛୁଇଁବା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ସେହିଭଳି ଭୁବନେଶ୍ୱର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି । ସେହିଭଳି ଅନୁଗୁଳରେ ସର୍ବାଧିକ ୩୮.୧, ଝାରସୁଗୁଡ଼ାରେ ୩୮, ଭଦ୍ରକରେ ଡିଗ୍ରୀ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମିଳିଛି । ତେବେ ଆସନ୍ତା ୫ ଦିନ ମଧ୍ୟରେ ପାଗରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ଦିନେ ବା ଦୁଇଦିନ ପରେ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଦିନବେଳା ଅଧିକ ଗରମ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । ଅପରପକ୍ଷେ ମଙ୍ଗଳବାର ଠାରୁ ଦୁଇ ଦିନ ଧରି କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ବେଳେ ବିଜୁଳି ଘଡ ଘଡି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷ କରି ଓଡ଼ିଶାର ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, କେନ୍ଦୁଝର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଆଦି ମଧ୍ୟଭାଗ ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *