ଦେଶବ୍ୟାପୀ ଏଚ୍୩ଏନ୍୨ ଆତଙ୍କ

ନୂଆଦିଲ୍ଲୀ, ୪ା୩: ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ଜ୍ୱର, କାଶ, କଫ ଓ ଥଣ୍ଡା ଭଳି ଲକ୍ଷଣଯୁକ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ/ତିନି ମାସ ମଧ୍ୟରେ କ୍ରମାଗତ ଭାବେ ଏପରି ସ୍ଥିତି ଜାରି ରହିଛି । କରୋନା ଭଳି ଲକ୍ଷଣଯୁକ୍ତ ଏହି ସଂକ୍ରମଣକୁ ନେଇ ଏବେ ଦେଶବାସୀ ଆତଙ୍କିତ ହୋଇପଡିଛନ୍ତି ।
ଅନ୍ୟପକ୍ଷେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ବିଶେଷଜ୍ଞଙ୍କ ଅନୁସାରେ ଏହା ଇନ୍ଫ୍ଲୁଏଞ୍ଜା ଏ’ର ଉପସ୍ୱରୂପ (ସବ୍ ଟାଇପ୍) ଭାରିଆଣ୍ଟ ଏଚ୍୩ଏନ୍୨ ଭୂତାଣୁ ଜନିତ ସଂକ୍ରମଣ । ତେବେ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି, ଦେଶବାସୀ ଭୟଭୀତ ହେବା ଅପେକ୍ଷା ନିର୍ଦ୍ଦିଷ୍ଟ ଗାଇଡଲାଇନ୍କୁ ଅନୁସରଣ କରିବା ଦ୍ୱାରା ଏପ୍ରକାର ସଂକ୍ରମଣରୁ ରକ୍ଷା ପାଇପାରିବେ ବୋଲି ଆଇସିଏମ୍ଆର କହିଛି । ଅନ୍ୟପକ୍ଷେ ତେବେ ସ୍ଥିତାବସ୍ଥାକୁ ଦୃଷ୍ଟିରେ ରଖି ଆଇସିଏମ୍ଆର୍ ପକ୍ଷରୁ ଦେଶବାସୀଙ୍କ ଉଦେ୍ଦଶ୍ୟରେ ଗାଇଡ୍ ଲାଇନ୍ ଜାରି କରାଯାଇଛି ।
ସେହିପରି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ମଧ୍ୟ ଅତ୍ୟଧିକ ଆଣ୍ଟି ବାୟୋଟିକ୍ ବ୍ୟବହାର କରିବାକୁ ବାରଣ କରିଛି । ଆଇଏମ୍ଏ ଅନୁସାରେ ମୌସୁମୀଜନିତ ଜ୍ୱର ୫ରୁ ୭ଦିନ ପର୍ଯ୍ୟନ୍ତ ରହିବ କିନ୍ତୁ କାଶ ତିନି ସପ୍ତାହ ୩ ପର୍ଯ୍ୟନ୍ତ ବଳବତ୍ତର ରହିପାରେ । ସତର୍କତା ହିଁ ଏପ୍ରକାର ସଂକ୍ରମଣରୁ ସୁରକ୍ଷା ଦେଇପାରିବ ବୋଲି ଆଇଏମ୍ଏର ସ୍ଥାୟୀ ସମିତି କହିଛି ।
ଗାଇଡଲାଇନ୍ରେ କୁହାଯାଇଛି, ଜ୍ୱର, କାଶ ଓ ଥଣ୍ଡା ଆଦି ଲକ୍ଷଣ ଥିଲେ ହାତକୁ ଭଲ ଭାବେ ସାବୁନ ଓ ପାଣି ଦ୍ୱାରା ଭଲ ଭାବେ ଧୁଅନ୍ତୁ । ମାସ୍କ ପିନ୍ଧନ୍ତୁ ଓ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ, ସାମାଜିକ ଦୂରତା ରକ୍ଷା କରନ୍ତୁ । କାଶ ଓ ଛିଙ୍କ ବେଳେ ମୁହଁକୁ ଘୋଡ଼ାଇ ରଖନ୍ତୁ ଏବଂ ପ୍ରଚୁର ପରିମାଣ ପାଣି ଓ ଜୁସ ପିଅନ୍ତୁ, ଆଖି ଓ ନାକକୁ ବାରମ୍ବାର ଛୁଅନ୍ତୁ ନାହିଁ । ଜ୍ୱର ଓ ଘୋଳାବିନ୍ଧା ପାଇଁ ପାରାସିଟାମଲ ଖାଆନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ଆଣ୍ଟି ବାୟୋଟିକ୍ ଖାଆନ୍ତୁ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *