ଦୁଇ ଦିନ ବଢ଼ିଲା ସିସୋଦିୟାଙ୍କ ରିମାଣ୍ଡ୍

ଜାମିନ ଆବେଦନ ଶୁଣାଣି ବି ଘୁଞ୍ଚିଲା
ନୂଆଦିଲ୍ଲୀ, ୪ା୩: ଅବକାରୀ ଦୁର୍ନୀତିରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ରିମାଣ୍ଡ ଅବଧି ଆଉ ୨ ଦିନ ବଢିଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସେ ସିବିଆଇ ହେପାଜତରେ ରହିବେ । ସିସୋଦିୟାଙ୍କୁ ଜାମିନ ମଧ୍ୟ ମିଳିନାହିଁ । ୧୦ରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପାଇଁ ଦିଲ୍ଲୀର ରାଉସ ଆଭେନୁ୍ୟ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।
ସିସୋଦିୟା ଗତମାସ ୨୬ରେ ଗିରଫ ହୋଇଥିଲେ । କୋର୍ଟ ତାଙ୍କୁ ୫ ଦିନ ସିବିଆଇ ରିମାଣ୍ଡରେ ପଠାଇ ଦେଇଥିଲେ । ରିମାଣ୍ଡ ଅବଧି ସରିବାରୁ ଶନିବାର କୋର୍ଟରେ ସିସୋଦିୟାଙ୍କୁ ହାଜର କରାଯାଇଥିଲା । ସେ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଦର୍ଶାଇ ସିବିଆଇ ଓକିଲ ରିମାଣ୍ଡ ଅବଧି ୩ ଦିନ ବଢାଇବାକୁ ଆବେଦନ କରିଥିଲେ । ବିଚାରପତିଙ୍କୁ ସିସୋଦିୟା କହିଥିଲେ ଯେ ତାଙ୍କୁ ଯଦିଓ ଶାରୀରିକ ନିର୍ଯାତନା ଦିଆଯାଉ ନାହିଁ, ପ୍ରତିଦିନ ଗୋଟିଏ ପ୍ରଶ୍ନ ପଚାରି ମାନସିକ ନିର୍ଯାତନା ଦିଆଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *