ଶିକ୍ଷାର ମାନବୃଦ୍ଧି ସମସ୍ତଙ୍କ ଦାୟିତ୍ୱ

ଉକ୍ରଳ ଗୌରବ ଇଣ୍ଟରନାସ୍ନାଲ୍ ସ୍କୁଲ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
ଭୁବନେଶ୍ୱର/କେନ୍ଦୁଝର, ୪ା୩ (ବୁ୍ୟରୋ/ଆପ୍ର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହାଟଡିହି ବ୍ଲକ୍ ବେରୁଣୀପଲ୍ଲୀ ଗାଁରେ ଉଦ୍ଘାଟିତ ହୋଇଛି ଉକ୍ରଳ ଗୌରବ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ସ୍କୁଲ୍କୁ ଉଦ୍ଘାଟନ କରିଛନ୍ତି । ଡାକ୍ତର ପ୍ରଦୀପ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିବା ବିଦ୍ୟାଳୟରେ ଗ୍ରାମାଞ୍ଚଳର ୨୫ଠଠ ଛାତ୍ରଛାତ୍ରୀ ବିନା ଦେୟରେ ପାଠ ପଢ଼ିବାର ଯୋଜନା କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ୍ର ପ୍ରତିଷ୍ଠାତା ଶ୍ରୀ ସେଠୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ । ଉନ୍ନତ ମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ରୂପାନ୍ତରୀକରଣ ମାଧ୍ୟମରେ ରାଜ୍ୟ ସରକାର ୪ ହଜାରରୁ ଅଧିକ ସ୍କୁଲ୍ରେ ସ୍ମାର୍ଟ କ୍ଲାସ୍ରୁମ୍, ଅତ୍ୟାଧୁନିକ ଲାଇବ୍ରେରୀ ଓ ଲାବରେଟୋରି ଏବଂ କ୍ରୀଡ଼ା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ୩ ହଜାର ସ୍କୁଲ୍କୁ ୫-ଟିରେ ରୂପାନ୍ତରୀକରଣ ପାଇଁ ପ୍ରକି୍ରୟା ଜାରି ରହିଛି । ଶିକ୍ଷାର ଉନ୍ନତି ପାଇଁ ସମାଜର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍ବୋଧନ ଦେଇ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ରାଜ୍ୟରେ ପ୍ରାୟ ୩୧୪ ଆଦର୍ଶ ବିଦ୍ୟାଳୟରେ ୨୫ଠଠଠ
ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷାଦାନ କରାଯାଉଛି । ରାଜ୍ୟରେ ଶିକ୍ଷାର ରୂପାନ୍ତରୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସ୍କୁଲ୍ର ମେଣ୍ଟର ସଲିଳ ଚତୁର୍ବେଦୀ କହିଥିଲେ ଯେ, ସମାଜର ମଙ୍ଗଳ ପାଇଁ ଶିକ୍ଷା ହେଉଛି ଏକ ପ୍ରମୁଖ ଅଙ୍ଗ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍କୁଲ୍ର ପ୍ରତିଷ୍ଠାତା ଡ. ସେଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ ବାସୁଦେବ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *