ପ୍ରତିମା ଭୌମିକ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ!

ଅଗରତାଲା, ୩ା୩: ବିଜେପି ତ୍ରିପୁରାରେ ପୁନର୍ବାର ସରକାର ଗଢିବାକୁ ଯାଉଛି । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ଏହି ପଦରେ ଅବସ୍ଥାପନ କରାଯାଇପାରେ । ଦଳୀୟ ସୂତ୍ର ଅନୁଯାୟୀ, ଏହା ମାଧ୍ୟମରେ ବିଜେପି ସାରା ଦେଶର ମହିଳା ଭୋଟରଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ।
ପୂର୍ବୋତ୍ତରରେ ଏପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ରାଜ୍ୟର ସବୋଚ୍ଚ ପଦ ଦିଆଯାଇନାହିଁ । ବିଜେପି ତ୍ରିପୁରାରେ ଏହି ଧାରା ବଦଳାଇବାକୁ ଚାହୁଁଛି । ଭୌମିକ ଏବେ କେନ୍ଦ୍ରରେ ସାମାଜିକ ନ୍ୟାୟ ଓ ଅଧିକାରିତା ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ବିଧାନସଭା ନିର୍ବାଚନରେ ତାଙ୍କୁ ଧନପୁର ଆସନରୁ ପ୍ରାର୍ଥୀ କରାଯାଇଥିଲା । ସେଠାରେ ସେ ସିପିଏମ୍ର କୌଶିକ ଚନ୍ଦାଙ୍କୁ ପରାସ୍ତ କରିଛନ୍ତି । ଧନପୁର ସାଧାରଣ ବିଧାନସଭା ଆସନ ନୁହେଁ । ମୁଖ୍ୟମନ୍ତ୍ରୀ ଚୟନରେ ଏହି ଆସନର ଇତିହାସ ଅଛି । ସିପିଏମ୍ର ଦିଗ୍ଗଜ ନେତା ମାଣିକ ସରକାର ଧନପୁରରୁ ୫ ଥର ଜିତିଥିଲେ । ପ୍ରତିମା ଭୌମିକ ୱେଷ୍ଟ ତ୍ରିପୁରା ଲୋକସଭା ଆସନର ପ୍ରତିନିଧିତ୍ୱ କରୁଛନ୍ତି । ଏବେ ତାଙ୍କୁ ସଂସଦ ସଦସ୍ୟତା ଓ ବିଧାନସଭା ସଦସ୍ୟତାରୁ ଗୋଟିକୁ ବାଛିବାକୁ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *