ରାସ୍ତା ଉପରେ ଚୁଲି ଜାଳି ଅଭିନବ ପ୍ରତିବାଦ
ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା ବିଜେଡି
ଭୁବନେଶ୍ୱର, ୩ା୩ (ବୁ୍ୟରେ): ରନ୍ଧନ ଗ୍ୟାସର ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରଣ ହୁଙ୍କାର ଦିଆଯାଇଛି । ଶୁକ୍ରବାର ବିଜୁ ମହିଳା ଜନତା ଦଳ ତରଫରୁ ହଜାର ହଜାର ସଂଖ୍ୟକ ମହିଳା ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଜନମାରଣା ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହିତ କେନ୍ଦ୍ର ବିରୋଧୀ ନାରାବାଜି କରାଯାଇଥିଲା ।
ଓଡିଶାର ଗରିବ ଜନସାଧାରଙ୍କ ହାଣ୍ଡିଶାଳ ପ୍ରତି କେନ୍ଦ୍ର ସରକାରଙ୍କର କୁଠାରଘାତକୁ ସାଧାରଣ ଜନତା ଘୋର ବିରୋଧ କରିଥିଲେ । ଲୋକମାନଙ୍କର ନିତ୍ୟବ୍ୟବହାର କରାଯାଉଥିବା ଗ୍ୟାସ ଦର ଯଦି ହ୍ରାସ ନ କରାଯାଏ, ତେବେ ଆଗାମୀ ଦିନରେ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏ ଆନେ୍ଦାଳନ ·ଲିବ ବୋଲି ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ମତ ରଖୁଥିଲେ । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ଆଜି ଠାରୁ ଉଜୁଡା ଯୋଜନା ନାମରେ ନାମକରଣ କରାଗଲା ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ନିଜ ଅଭିଭାଷଣରେ କହିଥିଲେ ।
ଏହି ପ୍ରତିବାଦ ସଭାରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ବରିଷ୍ଠ ବିଧାୟକ ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ବରିଷ୍ଠ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର, କସ୍ତୁରୀ ମହାପାତ୍ର, ଶାଶ୍ୱତୀ ମିଶ୍ର, ମହାମାୟା ସ୍ୱାଇଁ, ସନ୍ଧ୍ୟା ବିଶ୍ୱାଳ, ଜ୍ୟୋତ୍ସ୍ନା ପରିଡା, ରୀନା ଗଡନାୟକ, ଇପ୍ସିତା ସାହୁ, ସ୍ୱାଗତିକା ମହାନ୍ତି, ରଂଜୁଲତା ରାୟ, ଆସିଆ ବେଗମ, ପୁଷ୍ପାଞ୍ଜଳି ସେଠୀ, ଅଲିଅଳୀ ମଲ୍ଲିକ, ଭାରତୀ ସିଂହ, ଜୟନ୍ତୀ ସାହୁ, ମାନସୀ ସୁନ୍ଦରରାୟ, ପ୍ରଭାସିନୀ ମହାନ୍ତି, ମୋନାଲିସା ବେହେରା, ପୂଜା ମହାରଣା, ପ୍ରୀତିନନ୍ଦା ରାଉତରାୟ, ସୂର୍ଯ୍ୟକାନ୍ତ ଜେନା, ଇତିଶ୍ରୀ ଦାସ, ଅପୂର୍ବା ଅପରୂପା, ବିଜୟଲକ୍ଷ୍ମୀ ମହାପାତ୍ର, ଦେବସ୍ମିତା ଦାସ ସମେତ ଖୋର୍ଦ୍ଧା, ଜଟଣୀ, ପିପିଲି, ବେଗୁନିଆ, ବାଙ୍କୀ, କଟକ ସଦର ଓ ଭୁବଶ୍ୱେର ସାଂଗଠନିକ ଜିଲ୍ଲାର ସମସ୍ତ ମହିଳା ପଦାଧିକାରୀ ଓ କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟାଙ୍କ ସହିତ ହଜାର ହଜାର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ପ୍ରତିବାଦ ସଭା ସଫଳ କରିଥିଲେ । ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।