ନିଜ ବ୍ଲକ୍ରେ ଗୃହମନ୍ତ୍ରୀ ତୁଷାରକାନ୍ତି ହଟହଟା

ସମୀକ୍ଷା କରିବାକୁ ଯାଇ ନିରାଶରେ ଫେରିଲେ, ବୈଠକ ସ୍ଥଗିତ
ବିଡିଓଙ୍କ କାର୍ଯ୍ୟାଳୟରୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉଦ୍ଧାର
ପୁରୀ/ଅସ୍ତରଙ୍ଗ (ବୁ୍ୟରୋ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ କାର୍ଯ୍ୟାଳୟରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି । ନିଜ ବ୍ଲକ୍ରେ ହଟହଟା ହୋଇଛନ୍ତି ଖୋଦ୍ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା । ଏପରିକି ମନ୍ତ୍ରୀଙ୍କୁ ବ୍ଲକ୍ର ଅଧ୍ୟକ୍ଷଙ୍କ ସମେତ ଅନ୍ୟ ପ୍ରତିନିଧିମାନେ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚô ମନ୍ତ୍ରୀଙ୍କ ସମୀକ୍ଷା ବୈଠକୁ ଦୃଢ଼ ଭାବେ ବିରୋଧ କରିଥିଲେ । ବ୍ଲକ୍ ପରିସର ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଶେଷରେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅଧାରେ ସ୍ଥଗିତ ରହିବା ସହ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୁଲିସ ମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ । ମନ୍ତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ଅସ୍ତରଙ୍ଗ, କାକଟପୁର ଓ ମେରାଇନ୍ ଥାନା ଅଧିକାରୀ ଓ ମାତ୍ରାଧିକ ଫୋର୍ସ ଉପସ୍ଥିତ ଥିଲେ । ଫଳରେ ଉକ୍ତ ଘଟଣାକୁ ନେଇ ଜିଲ୍ଲାରେ ରାଜନୀତି ଜୋର୍ ଧରିଛି । ଖବରନେବାରୁ ଜଣାଯାଇଛି ଯେ, ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ବ୍ଲକ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବିଡିଓଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଏକ ସମୀକ୍ଷା କରୁଥିଲେ । ଏହି ସମୟରେ ମିଳିତ ମଞ୍ଚର ଆବାହକ ଦିବାକର ଛାଟୋଇ, ବ୍ଲକ୍ ଅଧ୍ୟକ୍ଷା ଆରତୀ ନାୟକ, ଉପାଧ୍ୟକ୍ଷ ଦୁର୍ଜୟ ମିଶ୍ରଙ୍କ ନେତୃତ୍ୱରେ ଅନ୍ୟ ପଞ୍ଚାୟତ ପ୍ରତିନିଧିମାନେ ପହଞ୍ଚô ମନ୍ତ୍ରୀଙ୍କ ସମୀକ୍ଷାକୁ ଦୃଢ଼ ବିରୋଧ କରିଥିଲେ । ବ୍ଲକ୍ କାର୍ଯ୍ୟାଳୟରେ ସମୀକ୍ଷା ହେଉଥିବା ସମୟରେ ଅଧ୍ୟକ୍ଷା ଏବଂ ପ୍ରତିନିଧିମାନେ ନ ଜାଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଏହି ସମୀକ୍ଷା ବୈଠକ ହୋଇପାରିବ ନାହିଁ । ଯେଉଁ ବୈଠକରେ ସ୍ଥାନୀୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ସମୀକ୍ଷା ହେବ ବୋଲି ରୋକ୍ଠୋକ୍ ବିଡିଓଙ୍କୁ କହିଥିଲେ । ପରେ ପରେ ବ୍ଲକ୍ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସମ୍ପର୍କରେ ଖବରପାଇ ସଙ୍ଗେ ସଙ୍ଗେ ଅସ୍ତରଙ୍ଗ, କାକଟପୁର ଏବଂ ମେରାଇନ୍ ଥାନା ଅଧିକାରୀଙ୍କ ସହ ଫୋର୍ସମାନେ ପହଞ୍ଚି ବିଡିଙ୍କ କାର୍ଯ୍ୟାଳୟାରୁ କଡ଼ା ସୁରକ୍ଷା ମଧ୍ୟରେ ମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ । ଫଳରେ ଏହାକୁ ନେଇ ଅସ୍ତରଙ୍ଗ ନିର୍ବାଚନମଣ୍ଡଳୀ ସମେତ ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ମନ୍ତ୍ରୀ ନିଜ ବ୍ଲକ୍ରେ ସମୀକ୍ଷା କରିବାକୁ ଆସି ହଟହଟା ହେବା ଘଟଣା ତାଙ୍କର ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *