ଅତିରିକ୍ତ ଖଣି ନିଦେ୍ର୍ଦଶକଙ୍କ ଘରୁ କୋଟିଏ ଟଙ୍କା ଜବତ
ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି ଠାବ
ଭୁବନେଶ୍ୱର/ଭବାନୀପାଟଣା, ୩ା୩(ବୁ୍ୟରୋ/ଆପ୍ର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ଉମେଶ ଚନ୍ଦ୍ର ଯେନାଙ୍କ ଘର, ଅଫିସ, ସଂପର୍କୀୟଙ୍କ ଘର ସମେତ ଏକକାଳୀନ ୧୨ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ବି·ରପତିଙ୍କ ଆଦେଶ ବଳରେ କେନ୍ଦୁଝରର ୭ ଓ ଭୁବନେଶ୍ୱରର ୫ ସ୍ଥାନରେ ଚଢ଼ଉ ଚାଲିଛି । ୧୦ ଡିଏସପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମ·ରୀ ଚଢ଼ଉରେ ସାମିଲ ହୋଇଛନ୍ତି । ଏପର୍ଯ୍ୟନ୍ତ ଉମେଶଙ୍କ ଘରୁ ନଗଦ ୧ କୋଟି ଟଙ୍କା, ୬୫୦ ଗ୍ରାମ ସୁନା ଗହଣା, କାର୍ ଓ ଦୁଇ ବାଇକ୍ ଠାବ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉମେଶଙ୍କର କେନ୍ଦୁଝରରେ ୩ ବିଲ୍ଡିଂ, ୫ ପ୍ଲଟ୍, ଭୁବନେଶ୍ୱରରେ ବହୁୂତଳ ପ୍ରାସାଦ ଓ ପ୍ଲଯ୍ ଠାବ କରାଯାଇଛି । ଏହାସହିତ ବୀମା ଏବଂ ବ୍ୟାଙ୍କ୍ ଜମା ରହିଛି । ତାଙ୍କ ସମ୍ପତ୍ତି ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇନାହିଁ । କେନ୍ଦୁଝର ଶିରିଶପାଳ ବାସଭବନ, ଘସିପୁରା ଅଞ୍ଚଳରେ ଥିବା ଶ୍ୱଶୁର ଘରେ ଚଢ଼ଉ ହୋଇଛି । ତାଙ୍କର ଆର୍ଥିକ କାରବାର ଓ ବ୍ୟବସାୟିକ ସଂପୃକ୍ତି ଥିବା କିଛି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଉପରେ ମଧ୍ୟ ଚଢାଉ କରାଯାଇଛି । କେନ୍ଦୁଝରର କଲେଜ ରୋଡ୍, ବିଣିଆପାଟ, ବଜାଜ ଶୋ’ ରୁମ୍, ହୋଟେଲ ଇଣ୍ଡିଆ, ମାଗୁରଗାଡ଼ିଆ, ଗମ୍ଭାରିଆ, ଶିରିଶପାଳ, ଆନନ୍ଦପୁର ଓ ବଡ଼ବିଲରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି । ଉମେଶ ପୂର୍ବରୁ ଯୋଡ଼ାରେ ଡିଡିଏମ୍ ଥଲେ । ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଡିଡିଏମ୍, ଯାଜପୁରରେ ଡିଡିଏମ୍ ସହ ବିଭିନ୍ନ ଉଚ୍ଚ ପଦପଦବୀରେ ରହି ଆସିଛନ୍ତି । ଯୋଡ଼ା ଖଣି ମଣ୍ଡଳରେ ଡିଡିଏମ୍ ଥିବା ସମୟରେ ଉମେଶଙ୍କ ବିରୋଧରେ ବାମ୍ବାର ଦୁର୍ନୀତିରେ ଅଭିଯୋଗ ହୋଇ ଆସୁଥିଲା । ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ସକାଳେ ଭିଜିଲାନ୍ସ ଟିମ୍ ୮ ସ୍ଥାନରେ ଚଢ଼ଉ କରିଛନ୍ତିି । ତାଙ୍କ ଘରୁ ବିପୁଳ ଟଙ୍କା, ସୁନା ଜବତ ହୋଇଛି ଥିବା କୁହାଯାଇଛି । କନ୍ଦର୍ପ ପ୍ରଧାନଙ୍କର ଭୁବନେଶ୍ୱରରେ କେବଳ ୩ଟି ଫ୍ଲାଟ ରହିଛି । ଭବାନୀପାଟଣାରେ ଥିବା ସରକାରୀ ବାସଭବନ, ଅଫିସ, ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ବନ୍ତୋଳ ଗାଁରେ ଥିବା ପୈତୃକ ଘର, ନିର୍ମାଣାଧୀନ ୨ ମହଲା ଘରେ ଚଢ଼ଉ ହୋଇଛି । ସହିଦନଗର, ରସୁଲଗଡ଼, ଖାରବେଳନଗରରେ ୩ଟି ଫ୍ଲାଟ ଏବଂ ଅନୁଗୋଳରେ ଏକ ବିରାଟ ଜାଗା ଥିବା ଜଣାଯାଇଛି । କନ୍ଦର୍ପ ପ୍ରଧାନଙ୍କ ଘରୁ ବିପୁଳ ଟଙ୍କା, ସୁନା ଜବତ ହୋଇଛି । ସେ କିପରି ଏତେ ଟଙ୍କା ଠୁଳ କଲେ ସେ ନେଇ ତଦନ୍ତ ଚାଲିଛି । ଭିଜିଲାନ୍ସ ବିଭାଗର ୪ ଡିଏସ୍ପି, ୧୦ ଇନ୍ସପେକ୍ଟରଙ୍କ ସମେତ ଏକାଧିକ କର୍ମ·ରୀ ଚଢ଼ଉରେ ସାମିଲ ହୋଇଛନ୍ତି ।