୨ଠ ମିନିଟ୍ରେ ପହଞ୍ଚôବ

୧ଠ୮ ଆମ୍ବୁଲାନ୍ସ
ଭୁବନେଶ୍ୱର, ୨ା୩ (ବୁ୍ୟରେ) : ଏଣିକି ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ୩୦ ମିନିଟ୍ ପରିବର୍ତ୍ତେ ୨୦ ମିନିଟ୍ରେ ପହଞ୍ଚôବ । ଏଥିପାଇଁ ୨୦୨୩-୨୪ରେ ୨୩୬ଟି ନୂଆ ଆମ୍ବୁଲାନ୍ସକୁ ୧୦୮ରେ ଯୋଡି ହେବ । ବଜେଟ୍ରେ ଏଥିଲାଗି ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଥିବା ବ୍ୟୟବରାଦ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଭାଗୀୟ ସଚିବ ସାଲିନ ପଣ୍ଡିତ ଏହି କଥା କହିଛନ୍ତି ।
ସରକାରୀ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତ ଥିଲେ ମଧ୍ୟ ସେମାନେ ଠିକ୍ ସମୟରେ ଆସୁନଥିବା ଅଭିଯୋଗ ହୋଇଆସୁଛି । ସେଥିଲାଗି ସବୁ ହସ୍ପିଟାଲରେ ବାୟୋମେଟ୍ରିକ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଆର୍ଥôକ ବର୍ଷରୁ ପାଇଲଟ୍ ପ୍ରକଳ୍ପ ଆଧାରରେ ସବୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ପରବର୍ତ୍ତୀ ସମୟରେ ପିଏଚ୍ସି ଓ ସିଏଚ୍ସିରେ ବି ଲାଗୁ ହେବ । ରାଜ୍ୟରେ ସମସ୍ତ ଜନସ୍ୱାସ୍ଥ୍ୟ ସୁବିଧା ପାଇଁ ୨୦୨୩-୨୪ରେ ୫ ହଜାରରୁ ଅଧିକ ଡାକ୍ତର ନିଯୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ଆସନ୍ତା ୯ ମାସ ମଧ୍ୟରେ ୧୪୭ଟି ସ୍ୱାସ୍ଥ୍ୟ ସୁବିଧାକୁ ରୂପାନ୍ତର କରିବାର ଲକ୍ଷ୍ୟ ରଖାଯାଇଛି । ଏଥିନିମନ୍ତେ ଆମ ହସ୍ପିଟାଲ ଯୋଜନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମୌଳିକ ରୋଗୀ ସୁବିଧା, କମୁ୍ୟନିଟି ସ୍ୱାସ୍ଥ୍ୟ କେନ୍ଦ୍ର, ଉପଜିଲ୍ଲା ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲର ନବୀକରଣ କରାଯିବ । ଏଥିନିମନ୍ତେ ୭୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ସଚିବ ଶାଲିନୀ ପଣ୍ଡିତ କହିଛନ୍ତି ।
ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୧୬,୦୪୮ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୭ ପ୍ରତିଶତ ବୃଦ୍ଧି ଏବଂ ୨୦୧୭-୧୮ ରେ ଆବଣ୍ଟନର ପ୍ରାୟ ୩ ଗୁଣ । ଏହା ରାଜ୍ୟ ବଜେଟର ୭ ପ୍ରତିଶତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *