ଚିନ୍ତା ବଢ଼ାଇଲା ଏଡିନୋ ଭୂତାଣୁ

କୋଲକାତା (ଏଜେନ୍ସି): କରୋନା ଭୂତାଣୁ ପରେ ଏବେ ଏଡିନୋ’ ନାମକ ଭୂତାଣୁ ଚିନ୍ତା ବଢ଼ାଇଲାଣି । ଦେଶବ୍ୟାପୀ ଏବେ ଏହି ଭୂତାଣୁ ନିଜ ସଂକ୍ରମଣର କାୟା ପ୍ରସାରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗରେ ଏହି ଭୂତାଣୁ ନିଜ ଉପସ୍ଥିତି ଜାହିର କରିବାରେ ଲାଗିଛି । ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ଏହି ଭୂତାଣୁ ମୁଖ୍ୟତଃ ଶିଶୁଙ୍କୁ ସଂକ୍ରମଣ କରୁଥିବାର ପ୍ରମାଣ ମିଳିଛି ।
ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗରେ ଏଡିନୋଭାଇରସ୍ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଶିଶୁଙ୍କ ମୃତୁ୍ୟ ହୋଇସାରିଲାଣି । ଏମାନଙ୍କ ମଧ୍ୟରୁ ୮ ଶିଶୁ ପୂର୍ବରୁ କିମ୍ବା ଅନ୍ୟ ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି । ତେବେ ଶିଶୁଙ୍କ ଏପ୍ରକାର ମୃତୁ୍ୟ ପଛରେ ଏଡିନୋ ଭୂତାଣୁଜନିତ ସଂକ୍ରମଣକୁୂ ରାଜ୍ୟ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ସ୍ୱୀକାର କରିନାହିଁ । ପ୍ରଶାସନ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ଋତୁ ପରିବର୍ତ୍ତନ ଯୋଗୁ ଶିଶୁଙ୍କ ଠାରେ ଅନେକ ପ୍ରକାର ରୋଗ ଠାବ କରାଯାଉଛି । ତେବେ ଏହାକୁ ଏଡିନୋ ଭୂତାଣୁ ସହ ଯୋଡିବା ଉଚିତ୍ ନୁହେଁ ।
ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୂତାଣୁଜନିତ ସ୍ଥିତି ସମୀକ୍ଷା କରିବା ସହ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ମମତା କହିଛନ୍ତି, ଏଡିନୋ ଭୂତାଣୁକୁ ନେଇ ତାଙ୍କ ସରକାର ସତର୍କ ରହିଛନ୍ତି । ରାଜ୍ୟର ସମସ୍ତ ମେଡିକାଲ କଲେଜ୍ ତଥା ହସ୍ପିଟାଲଗୁଡ଼ିକୁ ନିଦେ୍ର୍ଦଶ ଜାରି କରାଯାଇଛି । ଏହି ଭୂତାଣୁ ସଂକ୍ରମଣଜନିତ ରୋଗୀଙ୍କ ଚିକିତ୍ସାରେ ଯେପରି କୌଣସି ସମସ୍ୟା ନହୁଏ ସେନେଇ ନିଦେ୍ର୍ଦଶ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ତେବେ ରାଜ୍ୟବାସୀ ଏବଂ ବାପା ମା’ ନିଜ ଶିଶୁଙ୍କୁ ଘରେ ଯତ୍ନରେ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *