‘ମୋ ଝିଅକୁ ତଣ୍ଟି ଚିପି ମାରି ଦେଇଛନ୍ତି’

ଭିସୁଟ୍ ଛାତ୍ରୀଙ୍କୁ ହତ୍ୟା! ପାୱାର ଚାନେଲରୁ ମିଳିଲା ଶବ
ବୁର୍ଲା, ୧ା୩ (ଆପ୍ର): ‘ମୋ’ ଝିଅ ମାନସିକ ସ୍ତରରେ ବହୁତ ଦୃଢ଼ । ସେ କେବେବି ଆତ୍ମହତ୍ୟା କରିବନି । ତଣ୍ଟି ଚିପି ତାକୁ ମାରିଦେଇଛନ୍ତି’ ବୋଲି କହିଛନ୍ତି ଗତ କାଲିଠାରୁ ନିଖୋଜ ଥବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମାଆ । ବୁଧବାର ସକାଳେ ଚିନ୍ମୟୀଙ୍କ ମୃତଦେହ ପାୱାର ଚାନେଲରୁ ଉଦ୍ଧାର କରାଯାଇଛି । ମାଆଙ୍କ ଅଭିଯୋଗ ଭିତ୍ତିରେ ବୁର୍ଲା ପୁଲିସ ଚିନ୍ମୟୀଙ୍କ ସହପାଠୀ ସମେତ ୨ଜଣଙ୍କ ବିରୋଧରେ ଆଇପିସି ୩୦୨ ଓ ୨୦୧ରେ ମାମଲାଳ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି ।
ଚିନ୍ମୟୀ ପ୍ରିୟଦର୍ଶିନୀ ମଙ୍ଗଳବାର ଭିସୁଟ୍ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସାର୍ଟିଫିକେଟ ଗ୍ରହଣ କରିଥିଲେ । ରାତି ପ୍ରାୟ ୯ଟା ସମୟରେ ସେ ଜରେ ସହପାଠୀଙ୍କ ସହିତ ପାୱାର ଚ୍ୟାନେଲକୁ ଯାଇଥିଲେ । କିନ୍ତୁ କୌଣସି କାରଣରୁ ସେ ବ୍ରିଜରୁ ଡେଇଁ ପଡ଼ିଥିଲେ ବୋଲି କୁହାଯାଇଥିଲା । ଏ ନେଇ ଥାନାରେ ପ୍ରଥମେ ନିଖୋଜ ମାମଲା ରୁଜୁ ହୋଇଥିଲା ।ତେବେ ମୃତଦେହ ଉଦ୍ଧାର ହେବା ପରେ ତଣ୍ଟିରେ ଦାଗ ସହିତ ଶରୀରରେ ଆଞ୍ଚୁଡ଼ା ଦାଗ ଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ । ଝିଅ ମୃତ୍ୟୁ ପଛରେ ସଂପଅକ୍ତ ସହପାଠୀ ଓ ଆଉ ଜଣେ ଯୁବକଙ୍କ ହାତ ଥିବା ଅଭିଯୋଗ ହୋଇଛି ।
ଚିନ୍ମୟୀଙ୍କ ମୃତୁ୍ୟ ଘଟଣାରେ ପୁଲିସ୍ ଜରେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି । ସଂପୃକ୍ତ ଯୁବକ ଚିନ୍ମୟୀଙ୍କ ସହପାଠୀ ବୋଲି କୁହାଯାଇଛି । ଚିନ୍ମୟୀ ଗତବର୍ଷ ଭିସୁଟ୍ରୁ ଆଇଟି ଟ୍ରେଡରେ ବିଟେକ୍ ପାସ୍ କରି ଭୁବନେଶ୍ୱରରେ ·କିରି କରିଛନ୍ତି । ତାଙ୍କ ବାପା ଜଣେ ଡାକ୍ତର ହୋଇଥିବା ଓ ତାଙ୍କ ଘର କଳାହାଣ୍ଡିରେ ବୋଲି ଜଣାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *