୫ରେ ମୁଖ୍ୟମନ୍ତ୍ରୀଙ୍କ ୩ ଜିଲ୍ଲା ଗସ୍ତ

ବସ୍ ଯୋଗେ ୫୨ କିମି ରୋଡ୍ ଶୋ
ଗସ୍ତ ପୂର୍ବରୁ ପ୍ରଶାସନର ସ୍ଥିତି ଅନୁଧ୍ୟାନ
ଭବାନୀପାଟଣା, ୧ା୩ (ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୫ ତାରିଖରେ କଳାହାଣ୍ଡି ଗସ୍ତରେ ଆସୁଛନ୍ତି । ଏହି ସମୟରେ ସେ ବରଗଡ ଓ ନୂଆପଡା ଜିଲ୍ଲାଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହିତ ସ୍ଥିତି ଅନୁଧ୍ୟାନ ଚାଲିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କ ନଜର ରହିଛି । ବୁଧବାବାର କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେସା ରେଡ୍ଡି, କଳାହାଣ୍ଡି ଜିଲ୍ଲା ପରିଷଦ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର ସଚିନ ପ୍ରକାଶ, ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ ଆମପାଣି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ଆସିବା ରାସ୍ତାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ତଦାରଖ କରିଛନ୍ତି । ଏଥିସହିତ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ବିଧାୟକ ମୋଷଧି ବାଗ, କୋକସରା ବ୍ଲକ୍ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ କୋକସରା ବିଡିଓ ତଥା ତହସିଲଦାର ଦେବବ୍ରତ କରାଟିଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଯେ ମୁଖ୍ୟ ମନ୍ତ୍ରୀ ଏହି ଗସ୍ତ ସମୟରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଉଦ୍ଘାଟନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଗୋଲାମୁଣ୍ଡା ବ୍ଲକ୍ର ବୃନ୍ଦାବାହଲ ଠାରୁ କୋକସରା ବ୍ଲକ ଆମପାଣି ପର୍ଯ୍ୟନ୍ତ ପ୍ରାୟ ୫୨ କିମି. ନବନିର୍ମିତ ବିଜୁ ଏକ୍ସପ୍ରେସ ୱେ ସଡକ ଦେଇ ବସ ଯୋଗେ ରୋଡ଼ ସୋ ସହିତ ୧୬ଟି ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଏହା ପରେ ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *