୨ଠ୨୨ରେ ୮୪ଥର କରାଯାଇଛି ବ୍ୟାନ୍

୫ମ ଥର ସର୍ବାଗ୍ରେ ଭାରତ
ଇଣ୍ଟରନେଟ୍ ସଟ୍ଡାଉନ୍ ତାଲିକା
ନୂଆଦିଲ୍ଲୀ (ଏଜେନ୍ସି): ବିଶ୍ୱସ୍ତରରେ ଇଣ୍ଟରନେଟ୍ ସଟ୍ଡାଉନ୍ କ୍ଷେତ୍ରରେ ଭାରତ କ୍ରମାଗତ ୫ମ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରହିଆସୁଛି । ୨ଠ୨୨ରେ ସମଗ୍ର ବିଶ୍ୱରେ ମୋଟ୍ ୧୮୭ ଥର ଇଣ୍ଟରନେଟ୍ ଉପରେ ବ୍ୟାନ୍ ଲାଗୁ କରାଯାଇଥିଲା, ଯେଉଁଥିରେ ୮୪ଥର କେବଳ ଭାରତରେ ଘଟିଛି । ସେହିପରି ଭାରତରେ ସର୍ବାଧିକ ଇଣ୍ଟରନେଟ୍ ବ୍ୟାନ୍ ଜମ୍ମୁ-କାଶ୍ମୀରରେ ହିଁ ଲାଗୁ କରାଯାଇଥିବା ଜଣାପଡିଛି । ଜମ୍ମୁ କାଶ୍ମୀରରେ ବର୍ଷତମାମ୍ ପ୍ରାୟ ୪୯ଥର ଇଣ୍ଟରନେଟ୍କୁ ବ୍ୟାନ୍ କରାଯାଇଥିଲା । ନୁ୍ୟୟର୍କ ସ୍ଥିତ ଡିଜିଟାଲ ରାଇଟ୍ସ ଆଡଭୋକେସି ଗ୍ରୁପ୍ ଏକ୍ସେସ୍ ନାଉ ପକ୍ଷରୁ ଜାରି ରିପୋର୍ଟରୁ ଏସମ୍ପର୍କରେ ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ ୨ଠ୨୨ ଜାନୁଆରୀ ଏବଂ ଫେବ୍ରୁଆରୀରେ କାଶ୍ମୀରରେ ରାଜନୈତିକ ଅସ୍ଥିରତା ଏବଂ ହିଂସାକାଣ୍ଡ ଯୋଗୁ କ୍ରମାଗତ ୩ ଦିନ ଯାଏ ଇଣ୍ଟରନେଟ୍ ସଟ୍ଡାଉନ୍ ରହିଥିଲା । ଏଥିପାଇଁ କ୍ରମାଗତ ଭାବେ ୧୬ଥର ନିଦେ୍ର୍ଦଶ ଜାରି କରିବାକୁ ପଡିଥିଲା । ସେହିପରି ୨ଠ୧୯ ଅଗଷ୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀରରେ ଧାରା ୩୭ଠ ଉଚ୍ଛେଦ କରାଯିବା ଏବଂ ଏହାକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବିଭକ୍ତ କରାଯିବା ପର ଠାରୁ ଏପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିକୋଣରୁ ଏଠାରେ ବରାବର ଇଣ୍ଟରନେଟ୍ ସଟ୍ଡାଉନ୍ କରାଯାଇଆସୁଛି । ଇଣ୍ଟରନେଟ୍ ସକ୍ରିୟ ରହିଲେ ଅଯଥା ବିବାଦୀୟ ମତମନ୍ତବ୍ୟ ପ୍ରସାରିତ ହେବ ଏବଂ ଏହାକୁ ନେଇ ହିଂସାକାଣ୍ଡ ସଂଘଠିତ ହେବା ଆଶଙ୍କାରେ କେନ୍ଦ୍ର ସରକାର ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି ।
ଇଣ୍ଟରନେଟ୍ ବ୍ୟାନ୍ କରିବା ଦେଶଙ୍କ ତାଲିକାରେ ୨ୟ ସ୍ଥାନରେ ୟୁକ୍ରେନ୍ ରହିଥିବା ବେଳେ ୩ୟ ସ୍ଥାନରେ ଇରାନ୍ ରହିଛି । ରୁଷ୍-ୟୁକ୍ରେନ୍ ଯୁଦ୍ଧ ୨ଠ୨୨ ଫେବ୍ରୁଆରୀ ୨୪ରୁ ଆରମ୍ଭ ହେବା ପର ଠାରୁ ୟୁକ୍ରେନ୍ ସରକାର ନିୟମିତ ଭାବେ ଇଣ୍ଟରନେଟ୍ ସଟ୍ଡାଉନ୍ କରିଆସୁଛନ୍ତି । ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ସରକାର ପ୍ରାୟ ୨୨ଥର ଇଣ୍ଟରନେଟ୍ ସଟ୍ଡାଉନ୍ କରିଛନ୍ତି । ସେହିପରି ଇରାନ୍ରେ ହିଜାବ ବିରୋଧୀ ମହିଳାଙ୍କ ଆନେ୍ଦାଳନକୁ ନେଇ ଭୟଭୀତ ହୋଇପଡିଥିବା ଇରାନ୍ ସରକାର ମଧ୍ୟ ବାରମ୍ବାର ଇଣ୍ଟରନେଟ୍ ସଟ୍ଡାଉନ୍ କରାଇଛନ୍ତି । ୨ଠ୨୨ରେ ପ୍ରାୟ ୧୮ଥର ଇରାନ୍ ସରକାର ଇଣ୍ଟରନେଟ୍ ଉପରେ ରୋକ୍ ଲଗାଇଛନ୍ତି । ସେହିପରି ବର୍ଷକ ମଧ୍ୟରେ ମିଆଁମାର ୭ଥର (୪ର୍ଥ ସ୍ଥାନରେ) ଏବଂ ବାଲାଂଦେଶ ୬ ଥର (୫ମ ସ୍ଥାନରେ) ଇଣ୍ଟରନେଟ୍ ଉପରେ ରୋକ୍ ଲଗାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *