ବଢିଲା ଗ୍ୟାସ୍ ଦର
ହୋଲି ପୂର୍ବରୁ ରୋଷେଇ ଘରେ ମହଙ୍ଗା ମାଡ଼
ନୂଆଦିଲ୍ଲୀ, ୧ା୩: ହୋଲି ପୂର୍ବରୁ ରୋଷେଇ ଘରେ ମହଙ୍ଗା ମାଡ ହୋଇଛି । ସରକାରୀ ତୈଳ କମ୍ପାନୀଗୁଡିକୁ ଘରେଇ ଏବଂ ବ୍ୟାବସାୟିକ ଗ୍ୟାସ୍ ଦର ବୃଦ୍ଧି କରିଛନ୍ତି । ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ଏବଂ ବ୍ୟାବସାୟିକ ଗ୍ୟାସ୍ ସିଲିଣ୍ଡର ପିଛା ୩୫୦ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି । ବୃର୍ଦ୍ଧିତ ତୁରନ୍ତ ଲାଗୁ ହୋଇଛି । ଦର ବୃଦ୍ଧି ଫଳରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଓଡିଶାରେ ୧୧୨୯ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ବ୍ୟାବସାୟିକ ସିଲିଣ୍ଡର ଦର ୨୨୨୧ ଟଙ୍କା ୫ ପଇସା ହୋଇଛି ।
କିଛି ମାସ ହେଲା ଗ୍ୟାସ୍ ଦର ସ୍ଥିର ଥିଲା । ବ୍ୟାବସାୟିକ ଗ୍ୟାସ୍ ସିଲିଣ୍ଡର ହ୍ରାସ ପାଇଥିଲା । ୨୦୨୨ ଜୁଲାଇ ୬ରୁ ଘରୋଇ ଗ୍ୟାସ୍ ଦର ସ୍ଥିର ଥିଲା । ଦୁଇ ମାସ ପରେ ବ୍ୟାବସାୟିକ ଗ୍ୟାସ୍ ସିଲିଣ୍ଡର ଦାମ ବୃଦ୍ଧି ପାଇଛି । ପୂର୍ବରୁ ସିଲିଣ୍ଡର ପିଛା ୧୭୬୯ ଥିବାବେଳେ ଦରବୃଦ୍ଧି ପରେ ଦିଲ୍ଲୀରେ ବ୍ୟାବସାୟିକ ଗ୍ୟାସ୍ ଦର ୨୧୧୯ ଟଙ୍କା ୫ ପଇସା, କୋଲକାତାରେ ୨୨୨୧ ଟଙ୍କା ୫ ପଇସା ହୋଇଥିବାବେଳେ ଚେନ୍ନାଇରେ ୨୨୬୮ ଟଙ୍କାକୁ ବୃଦ୍ଧି ପାଇଛି ।