୪ଠ ମୃତ, ୮୫ରୁ ଊଦ୍ଧ୍ୱର୍ ଗୁରୁତର
ପାସେଞ୍ଜର-ମାଲ୍ଗାଡ଼ି ମୁହାଁମୁହିଁ ଧକ୍କା
ଏଥେନ୍ସ (ଏଜେନ୍ସି): ଗ୍ରୀସ୍ରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ଏବଂ ଏଥିରେ ୪ଠଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୮୫ରୁ ଅଧିକ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ପ୍ରାୟ ୩୫ଠରୁ ଅଧିକ ଯାତ୍ରୀଙ୍କୁ ନେଇ ଏଥେନ୍ସ ସହରରୁ ଥେସାଲୋନିକି ଅଭିମୁୂଖେ ଯାତ୍ରା କରୁଥିବା ଏକ ପାସେଞ୍ଜର ଟ୍ରେନ୍କୁ ସାମ୍ନା ପଟୁ ଚାଲିଆସିଥିବା ଏକ ମାଲ୍ବାହୀ ଟ୍ରେନ୍ ଜୋରଦାର ଧକ୍କା ଦେଇଥିଲା । ଟ୍ରେନ୍ ଦୁଇଟି ପରସ୍ପର ସହ ଧକ୍କା ହେବାରୁ ଏହି ଅଘଟଣ ଘଟିଛି । ତେବେ ଗ୍ରୀସ୍ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ଶବକୁ ଟ୍ରେନ୍ କାଟି କଢ଼ା ଯାଉଥିବା ବେଳେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଅନୁ୍ୟନ ୧୫ଠ ଜଣ ଅଗ୍ନିଶମ କର୍ମଚାରୀ, ୧୭ଟି ଗାଡ଼ି ଓ ୨ଠଟି ଆମ୍ବୁଲାନ୍ସ ମୁତୟନ କରାଯାଇଛି ।
ଗ୍ରୀସ୍ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଥେସାଲୋନିକି ଓ ଲାରିସା ସହର ମଧ୍ୟଭାଗରେ ସ୍ଥାନୀୟ ସମୟ ମଙ୍ଗଳବାର ବିଳମ୍ବିତ ରାତିରେ (ଭାରତରେ ବୁଧବାର) ହୋଇଛି । ଗୁରୁତରଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ରିପୋର୍ଟ ଅନୁଯାୟୀ, ଟ୍ରେନ୍ ଦୁଇଟି ମଧ୍ୟରେ ଏତେ ଜୋରରେ ଧକ୍କା ଲାଗିଥିଲା ଯେ, ଉଭୟ ଟ୍ରେନ୍ର କେତେକ ବଗି ଲାଇନ୍ରୁ ବାହାରି ଯାଇଥିଲା । ଏହାସହ ୩ ଟି ବଗିରେ ନିଆଁ ମଧ୍ୟ ଲାଗିଯାଇଥିଲା । ପାସେଞ୍ଜର ଟ୍ରେନ୍ରେ ଥିବା ଯାତ୍ରୀ ଅଧିକ ପରିମାଣରେ ଦୁର୍ଘଟଣାରେ ପ୍ରଭାବିତ ହୋଇଛନ୍ତି । ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ । ଘଟଣାକୁ ନେଇ ଗ୍ରୀସ୍ ସରକାର ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ୨୫ଠଜଣ ଯାତ୍ରୀଙ୍କୁ ନିରାପଦରେ ସ୍ଥାନାନ୍ତରଣ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।