ଦେଶର ଜିଡିପି ୪.୪%କୁ କମିଲା

ନୂଆଦିଲ୍ଲୀ (ଏଜେନ୍ସି): ଦେଶର ଅର୍ଥବ୍ୟବସ୍ଥା ତୃତୀୟ ତୈ୍ରମାସ (ଅକ୍ଟୋବର-ନଭେମ୍ବର)ରେ ୪.୪% ହାରକୁ ହ୍ରାସ ପାଇଛି । ଯେତେବେଳେ କି ଦ୍ୱିତୀୟ ତୈ÷ମାସ (ଜୁଲାଇ-ସେପ୍ଟେମ୍ବର)ରେ ଏହା ୬.୩% ଏବଂ ପ୍ରଥମ ତୈ÷ମାସ (ଏପ୍ରିଲ-ଜୁନ୍)ରେ ଏହା ୧୩.୫% ରେକର୍ଡ କରାଯାଇଥିଲା । ସେହିପରି ପୂର୍ବ ଅର୍ଥବର୍ଷରେ ସମାନ ସମୟ ସୁଦ୍ଧା ଜିଡିପି ହାର ୫.୪% ରେକର୍ଡ କରାଯାଇଥିଲା ।
ଅର୍ଥାତ୍ ଚଳିତ ଆର୍ଥôକ ବର୍ଷ ୨ଠ୨୨-୨୩ର ତୃତୀୟ ତ୍ରୈମାସରେ ବିକାଶ ଗତି ମନ୍ଥର ପଡିଥିବା ସ୍ପଷ୍ଟ ପ୍ରତିଫଳିତ ହୋଇଛି । ତେବେ ତୃତୀୟ ତୈ÷ମାସରେ ଜିଡିପି ଆକାର ମୋଟ୍ ୪ଠ.୧୯ଲକ୍ଷ କୋଟି ଟଙ୍କା ରହିଛି । ଯେତେବେଳେ କି, ୨ଠ୨୧-୨୨ର ସମାନ ତ୍ରୈମାସରେ ଏହି ଆକାର ୩୮.୫୧ ଲକ୍ଷ କୋଟି ଟଙ୍କା ରହିଥିଲା । ତେବେ ଭାରତ ସରକାର ୨ଠ୨୨-୨୩ ପାଇଁ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବାନୁମାନରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଏସବୁ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ସକଳ ଘରୋଇ ଉତ୍ପାଦ (ଜିଡିପି) ୭% ରହିବା ନେଇ ଅନୁମାନ କରାଯାଇଛି । ୨ଠ୨୧-୨୨ ଅର୍ଥବର୍ଷ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ହାର ପୂର୍ବରୁ ୮.୭% ଅନୁମାନ କରାଯାଇଥିବା ବେଳେ ଏହାକୁ ସଂଶୋଧନ କରାଯାଇ ୯.୧% କରିଦିଆଯାଇଛି । ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ୨ଠ୨୨-୨୩ ବର୍ଷ ପାଇଁ ରିୟଲ ଜିଡିପି ଅଭିବୃଦ୍ଧି ହାର ୬.୮% ଏବଂ ତୃତୀୟ ତ୍ରୈମାସ ପାଇଁ ୪.୪% ରହିବା ନେଇ ପୂର୍ବାନୁମାନ କରିଥିଲା ।
ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ଜାରି ଅର୍ଥନୈତିକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏଥିରେ ଡିସେମ୍ବର ତ୍ରୈମାସର ତଥ୍ୟ ସହ ଆର୍ଥିକ ବର୍ଷ ୨ଠ୨୨-୨୩ ପାଇଁ ଜିଡିପିର ଦ୍ୱିତୀୟ ଅଗ୍ରୀମ ଅନୁମାନ ସମ୍ପର୍କୀତ ସବିଶେଷ ବିବରଣୀ ଦିଆଯାଇଛି । ରିପୋର୍ଟରେ ଦରଦାମ୍ ବୃଦ୍ଧି ଏବଂ ଚାହିଦାରେ ହ୍ରାସ ଯୋଗୁଁ ଜିଡିପିରେ ହ୍ରାସ ଘଟିଥିବା ଉଲ୍ଳେଖ କରାଯାଇଛି । ରିପୋର୍ଟ ଅନୁସାରେ, ୨ଠ୨୨-୨୩ରେ ନୋମିନାଲ ଜିଡିପି ୨୭୨.ଠ୪ ଲକ୍ଷ କୋଟି ଟଙ୍କା ରହିବା ନେଇ ଅନୁମାନ କରାଯାଉଛି, ଯାହାକି ୨ଠ୨୧-୨୨ ଅର୍ଥବର୍ଷର ୨୩୪.୭୧ ଲକ୍ଷ କୋଟି ଟଙ୍କା ତୁଳନାରେ ୧୫.୯% ଅଧିକ ଅଟେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *