ମହିଳା ବିଜେଡି ଘେରିଲା ରାଜଭବନ

ପିଏମ୍ ଆବାସ ଯୋଜନାରେ କେନ୍ଦ୍ରୀୟ ଅବହେଳା
ଭୁବନେଶ୍ୱର, ୨୮ା୨ (ବୁ୍ୟରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ମଙ୍ଗଳବାର ବିଜେଡିର ହଜାର ହଜାର ମହିଳା କର୍ମୀ ଏକାଠି ହୋଇ ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ । ବାରମ୍ବାର ଓଡିଶାକୁ ଅବହେଳା କରିବା ଏବଂ ଗତ ତିନି ବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରି ଯେଉଁ ପ୍ରହସନ ଚାଲିଛି, ତାର ବିରୋଧରେ ଆଗାମୀ ଦିନରେ ପଲ୍ଲୀ ଠାରୁ ଦିଲ୍ଲା ପର୍ଯ୍ୟନ୍ତ ଆନେ୍ଦାଳନ ହେବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି । ଓଡିଶାର ଜନସାଧାରଣ ବିଜେପିର ୮ ଜଣ ଏମ୍ପିକୁ ଭୋଟ୍ ଦେଇ ପଠାଇଥିଲେ ମଧ୍ୟ ଦିନେ ହେଲେ ଓଡିଶାର ହକ୍ ପାଇଁ ମୁହଁ ଖୋଲୁନଥିବାରୁ ଆଗାମୀ ଦିନରେ ସେମାନଙ୍କ ନିଜ ଅଞ୍ଚଳରେ ଜୋରଦାର ବିରୋଧ କରାଯିବ ବୋଲି ସାଂସଦ ସୁଲତା ଦେଓ କହିଛନ୍ତି । ବିଧାୟକ ଲତିକା ପ୍ରଧାନ କହିଛନ୍ତି, ୧୫ ଲକ୍ଷ ଘର ବଦଳରେ ମାତ୍ର ୭ ଲକ୍ଷ ଘର ଦେଇ ଚୁପ୍ ହୋଇ ବସିଥିବା କେନ୍ଦ୍ର ସରକାରଙ୍କୁ ଆଗାମୀ ଦିନରେ ଓଡିଶା ମାଟିରେ ପୂରେଇ ଦିଆଯିବ ନାହିଁ ।
ପ୍ରତିବାଦ ସଭାରେ ବରିଷ୍ଠ ବିଧାୟିକା ପଦ୍ମିନୀ ଦିଆନ୍, ମୀନାକ୍ଷା ମହନ୍ତ, ସୀମାରାଣୀ ନାୟକ, କେ.ସୂର୍ଯ୍ୟମଣି ବୈଦ୍ୟ, ମଞ୍ଜୁଳା ସ୍ୱାଇଁ, ସନନ୍ଦା ଦାସ, ଡେପୁଟୀ ମେୟର ମଞ୍ଜୁଲତା କଅଁର, ଶାଶ୍ୱତୀ ମିଶ୍ର, ରାଜଶ୍ରୀ ମହାନ୍ତି, ସନ୍ଧ୍ୟା ବିଶ୍ୱାଳ, ଶ୍ରୀମୟୀ ମିଶ୍ର, ସୁମିତ୍ରା ଜେନା, କସ୍ତୁରୀ ମହାପାତ୍ର, ଗୀତା ବସ୍ତିଆ, ଜ୍ୟୋତ୍ସ୍ନା ପରିଡା, ରୀନା ଗଡନାୟକ, ଇପ୍ସିତା ସାହୁ, ଅପୂର୍ବା ଅପରୂପା, ରୂପଶ୍ରୀରାଣୀ ଗୁମାନସିଂ, ବିଜୟଲକ୍ଷ୍ମୀ ମହାପାତ୍ର, ସଂଯୁକ୍ତା ମହାନ୍ତି,
ସାନାଲି ଡାକୁଆ, ଲୋରା ମହାପାତ୍ର ସମେତ ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ବାଙ୍କୀ, କଟକ ସଦର ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସମସ୍ତ ମହିଳା ପଦାଧିକାରୀ ଓ କର୍ପୋରେଟର, ସରପଞ୍ଚ, ସମିତିସଭ୍ୟା ଏବଂ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ । ପରେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *