ଆଜିଠୁ +୨ ପରୀକ୍ଷା

ଭୁବନେଶ୍ୱର, ୨୮ା୨ (ବୁ୍ୟରୋ): ମାର୍ଚ୍ଚ ୧ରୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା ଏବଂ ଏହା ଏପ୍ରିଲ ୫ ଯାଏ ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା । ଏହାସହିତ ଆନେ୍ଦାଳନ ଚଳାଇଥିବା ୬୬୨ ବର୍ଗ ଅଧ୍ୟାପକ ଅଧ୍ୟାପିକା ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ବୋଲି ନଷ୍ପତ୍ତି କରିଛନ୍ତି । ଯଦ୍ଦ୍ୱାରା ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ହେବ ବୋଲି ଆଶା କରାଯାଉଛି ।
ଚଳିତ ଥର ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ । ପ୍ରଶ୍ନପତ୍ର ରଖିବା ପାଇଁ ୨୦୨ ହବ୍ କରାଯାଇଛି । ଫେବୃଅ ।ରୀ ୨୫ରୁ ହବକୁ ପ୍ରଶ୍ନପତ୍ର ପଠାଯାଇଛି ଓ ୧ ତାରିଖ ସକାଳ ୭ଟାରେ ହବରୁ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର । ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ । ସେମାନେ ଆଡମିଟ କାର୍ଡ, ବ୍ଲାକ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ବ୍ୟତିତ ଅନ୍ୟ କିଛି ପରୀକ୍ଷା ହଲକୁ ନେଇପାରିବେ ନାହିଁ ବୋଲି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ ସୂଚନା ଦେଇଛନ୍ତି । ସେ ପରୀକ୍ଷାର୍ଥୀଙ୍କୁ ସଚେତନ କରାଇ କହିଛନ୍ତି, ସୋସାଲ ମିଡିଆରେ ଅପଲୋଡ୍ ନକଲି ପ୍ରଶ୍ନପତ୍ରକୁ ବିଶ୍ୱାସ କରନ୍ତୁନି । କିଛି ଅସାଧୁ ବ୍ୟକ୍ତି ଏପରି କରୁଛନ୍ତି । ଏହା ବିରୋଧରେ ସାଇବର ଥାନାର ଆଶ୍ରୟ ନିଆଯିବ । ଅନ୍ୟପକ୍ଷରେ ବେତନ ସମେତ ଅନ୍ୟାନ୍ୟ ଦାବି ନେଇ ଆନେ୍ଦାଳଚ ଚଳାଇଥିବା ୬୬୨ ବର୍ଗ
ଅଧ୍ୟାପକମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ରାଜି ହୋଇଛନ୍ତି । ମଙ୍ଗଳବାର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ୬୬୨ ବର୍ଗ ଅଧ୍ୟାପକ ସଂଘ ଆଲୋଚନା ହୋଇଛି । ଆସନ୍ତା ୧୨ ତାରିଖ ମଧ୍ୟରେ ପୁନର୍ବାର କମିଟି ବୈଠକ ବସି ଅଧ୍ୟାପକଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅର୍ଥମନ୍ତ୍ରୀ । ଏହାପରେ ଅଧ୍ୟାପକମାନେ ପରୀକ୍ଷା ବର୍ଜନ ନିଷ୍ପତ୍ତିିରୁ ଓହରି ଥିଲେ ବି ପ୍ରତୀକାତ୍ମକ ଧାରଣା ଜାରି ରଖିବେ ବୋଲି ସ୍ଫଷ୍ଟ କରିଛନ୍ତି । ସୂଚନାଯୋଗ୍ୟ, ୬୬୨ ବର୍ଗ କଲେଜର ପ୍ରାୟ ୨ ଳକ୍ଷ ଛାତ୍ର ଛାତ୍ରୀ ଚଳିତ ଥର ପରୀକ୍ଷା ଦେଉଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *