୪ଠ ଲକ୍ଷ ମୂଲ୍ୟର କାର୍ରେ ଆସିଲେ, ଫୁଲ ଚୋରି କରିନେଲେ
ଗୁରୁଗ୍ରାମ୍(ଏଜେନ୍ସି): ଦିଲ୍ଳୀ-ହରିଆଣା ସୀମାନ୍ତ ଗୁରୁଗ୍ରାମ ଶଙ୍କରଚୌକ୍ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ୪ଠ ଲକ୍ଷ ଟଙ୍କା ମୂଲ୍ୟର ଏକ କିଆ କାର ଚଢ଼ି ଆସିଥିବା ଏହି ଧନୀବ୍ୟକ୍ତିମାନେ ୪ଠଠ ଟଙ୍କା ମୂଲ୍ୟ ଫୁଲ ଓ ଫୁଲକୁଣ୍ଡକୁ ଗାଡ଼ି ଡିକ୍କି ମାଧ୍ୟମରେ ଚୋରି କରିନେଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ବୁଧବାର ଠାରୁ ଦିଲ୍ଲୀରେ ଜି-୨ଠ ବୈଠକ ଆୟୋଜିତ ହେବାକୁ ଯାଉଛି । ତେବେ ଏହି ବୈଠକ ପାଇଁ ଯେଉଁଠି ଅନ୍ତରାଷ୍ଟ୍ରୀୟ ସ୍ତରର ନେତା, ପ୍ରତିନିଧିମାନେ ଭାରତର ଏହି ସହରକୁ ଆସୁଛନ୍ତି, ସେଥିପାଇଁ ସହରକୁ ସବୁ ଦିଗରୁ ସଜେଇବାକୁ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ସ୍ଥାନେ ସ୍ଥାନେ ରଙ୍ଗବେରଙ୍ଗ ଚିତ୍ର ସଜେଇବା ଠାରୁ ଆରମ୍ଭ କରି ଫୁଲ ଗଛ ସଜେଇବା ପର୍ଯ୍ୟନ୍ତ ସବୁକିଛି ଜୋରସୋରରେ ଚାଲିଛି । ତେବେ ସହରକୁ ତଥା ବୈଠକ ସ୍ଥଳକୁ ସଜେଇବା ପାଇଁ ଆସିଥିବା ରଙ୍ଗବେରଙ୍ଗ ଫୁଲସବୁକୁ କିଛି ଲୋକେ ଚୋରି କରିନେଇଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି, ଫୁଲ ଚୋରି କରୁଥିବା ବ୍ୟକ୍ତି ସାଧାରଣ ବ୍ୟକ୍ତି ନୁହଁନ୍ତି ବରଂ ଧନୀବ୍ୟକ୍ତି । ଅନ୍ୟପକ୍ଷେ, ଭିଡିଓ ଫୁଟେଜ୍ରେ ଗାଡ଼ିର ନମ୍ବର ସ୍ପଷ୍ଟ ଚିହ୍ନଟ ହେଉଥିବା ବେଳେ ପୁଲିସ୍ ଏବଂ ପ୍ରଶାସନ ଏବେ ଗାଡ଼ି ମାଲିକଙ୍କୁ ଖୋଜିବା ଆରମ୍ଭ କରିଛି । ତେବେ ଗାଡ଼ି ନମ୍ବରରୁ ଏହା ବୀଣା କୁମାରୀ ନାମକ ଜଣେ ମହିଳାଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡିଛି ।