ଆଣ୍ଡାମାନରେ ବି ଉଡ଼ିଥିଲା ସନ୍ଦିଗ୍ଧ ବେଲୁନ୍

ରାଡାର ଧରିପାରି ନ ଥିଲା, କେହି ଗୁରୁତ୍ୱ ଦେଇନଥିଲେ
ନୂଆଦିଲ୍ଲୀ (ଏଜେନ୍ସି): ୨ଠ୨୨ରେ ଭାରତର ଆଣ୍ଡାମାନ୍ ନିକୋବର ଦ୍ୱୀପପୁଞ୍ଜ ଆକାଶରେ ମଧ୍ୟ ଏକ ସନ୍ଦିଗ୍ଧ ଉଡନ୍ତା ବସ୍ତୁକୁ ଦେଖିବାକୁ ମିଳିଥିôଲା । ସେତେବେଳେ ଏହାକୁ କେହି ବିଶେଷ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ଏହି ବେଲୁନ୍ଟି ସମ୍ପୂର୍ଣ୍ଣ ଭାବେ ଗତ ୫ ତାରିଖରେ ଆମେରିକାର ଦକ୍ଷିଣ କାରୋଲିନା ଆକାଶରେ ଦେଖିବାକୁ ମିଳିଥିôବା ଚୀନ୍ର ସେହି ଗୁପ୍ତଚରୀ ବେଲୁନ୍ ଭଳି ଦେଖିବାକୁ ଥିଲା ବୋଲି ଏବେ ଜଣାପଡିଛି । ସୁତରାଂ ଚୀନ୍, ଭାରତ ଉପରେ ନଜର ରଖିବା ଉଦେ୍ଦଶ୍ୟରେ ଗୁଇନ୍ଦାଗିରି କରିବାର ସାମର୍ଥ୍ୟ ରଖୁଥିବା ଏହି ବେଲୁନ୍ଟିକୁ ପଠାଇଥିବା ସନେ୍ଦହ ସୃଷ୍ଟି ହୋଇଛି । ଏବେ ଏହି ମାମଲାର ତଦନ୍ତ କରାଯିବ ବୋଲି ସାମରିକ ସ୍ତରରେ କୁହାଯାଉଛି ।
ପ୍ରକାଶ, ଏହି ଦ୍ୱୀପପୁଞ୍ଜ ବଙ୍ଗୋପସାଗରରେ ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣ ଅଞ୍ଚଳ ତଥା ମଲାକା ଷ୍ଟ୍ରେଟ୍ ନିକଟରେ ଅବସ୍ଥିତ, ଯାହା ଚୀନ୍ ଏବଂ ଅନ୍ୟ ଉତ୍ତର ଏସୀୟ ଦେଶଗୁଡ଼ିକୁ ଶକ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ମଧ୍ୟ ପରିଚିତ । ଏତଦ୍ବ୍ୟତୀତ ଏଠାରେ ସେନା ଶିବିର ମଧ୍ୟ ରହିଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଦ୍ୱୀପ ଉପରେ ଏହି ସନେ୍ଦହଜନକ ବେଲୁନ ଉଡୁଥିଲା ସେସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାନଥିଲେ ବି ତାହା ଗ୍ରେଟ୍ ନିକୋବର ଦ୍ୱୀପ ଆଖପାଖରେ ଥିବା କୌଣସି ଦ୍ୱୀପ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଏହି ଦ୍ୱୀପରେ ଅନେକ ଭାରତୀୟ ରାଡାର ସିଷ୍ଟମ ମଧ୍ୟ ଥିଲା, କିନ୍ତୁ ସେସବୁ ଏହି ବେଲୁନ୍କୁ କିପରି ଠାବ କରିପାରିନଥିଲେ? ତେବେ ଭାରତୀୟ ପ୍ରତିରକ୍ଷା ବିଭାଗ ଏସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହିଁ ବେଲୁନଟି ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲା । ଅବଶ୍ୟ ଆମେରିକା ଆକାଶରେ ଉଡୁଥିବା ଚୀନ୍ର ଉକ୍ତ ଗୁପ୍ତଚରୀ ବେଲୁନ୍କୁ ନିଜ ସେନାର ଲଢ଼ୁଆ ବିମାନ ସହାୟତାରେ ଚୀନ୍ର ଏହି ବେଲୁନ୍କୁ ମାରି ଖସାଇଦେଇଥିଲା, ଯାହାକୁ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ ଏବେ ଉତ୍ତେଜନା ସୃଷ୍ଟି ହୋଇଛି । ଆମେରିକା, ଚୀନ୍ ଆମେରିକାରେ ଗୁପ୍ତଚରୀ କରିବା ଉଦେ୍ଦଶ୍ୟରେ ଜାଣିଶୁଣି ଏପ୍ରକାର ବେଲୁନ୍ ପଠାଇଥିବା ଅଭିଯୋଗ କରୁଥିବା ବେଳେ ଚୀନ୍ କିନ୍ତୁ ଏହାକୁ ଖଣ୍ଡନ୍ କରିଆସୁଛି । ଏହି ବେଲୁନ୍ କେବଳ ପାଣିପାଗ ସମ୍ପର୍କରେ ଆକାଶମାର୍ଗରେ ଅନୁଧ୍ୟାନ କରିବା ପାଇଁ ଉଦ୍ଦିଷ୍ଟ ବେଲୁନ୍ ଥିଲା ବୋଲି ଚୀନ୍ କହିବା ସହ ଭୁଲବଶତଃ ଏହା ଆମେରିକା ସୀମାରେ ପ୍ରବେଶ କରିଥିଲା ବୋଲି ସଫେଇ ଦେଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *