ଏଥର ୨.୩ଠ ଲକ୍ଷ କୋଟି

୨ଠ୨୩-୨୪ ଆର୍ଥôକ ବର୍ଷର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍
ପୂର୍ବବର୍ଷ ତୁଳନାରେ ବଜେଟ୍ କଳେବର ୧୫% ବୃଦ୍ଧି
୨୭ ନୂଆ ଯୋଜନା
ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଯୁବବର୍ଗ ଓ ମହିଳାଙ୍କ ଉପରେ ପ୍ରାଥମିକତା
ମନରେଗା ପାଇଁ ୧୮ଠଠ କୋଟି
ଭୁବନେଶ୍ୱର, ୨୪ା୨ (ବୁ୍ୟରୋ): ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୩-୨୪ ଆର୍ଥିକ ବଜେଟ୍ । ଶୁକ୍ରବାର ଏହାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଥିଲେ । ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବିଜେଟ୍ ଆକଳନ କରାଯାଇଛି । ଏହି ବଜେଟ୍ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୫ ପ୍ରତିଶତ ଅଧିକ ଏବଂ ୨୦୧୬-୧୭ ଆର୍ଥକ ବର୍ଷ ତୁଳନାରେ ୩ ଗୁଣା ଅଧିକ ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।
ଶୁକ୍ରବାର ଅପରାହ୍ନରେ ରାଜ୍ୟ ବଜେଟ୍କୁ ବିଧାନସଭାରେ ଉପସ୍ଥାପନ କରିବା ଅବସରରେ ଅର୍ଥମନ୍ତ୍ରୀ କହିଥିଲେ, ଏହି ବଜେଟ୍ ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରାକ୍ ବଜେଟ୍ ପ୍ରସ୍ତୁତି ହୋଇଥିଲା । ଏଥିନିମନ୍ତେ ଜନସାଧାରଣଙ୍କ ମତାମତ ଲୋଡାଯାଇଥିଲା । ପ୍ରାୟ ୧୯୩୦ଟି ପରାମର୍ଶକୁ ତର୍ଜମା କରାଯାଇ ଅର୍ଥ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ ୯୪ ହଜାର କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ସେହିପରି କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ନିମନ୍ତେ ୩ ହଜାର ୭ ଶହ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ବାବଦକୁ ୭ ହଜାର ୩ ଶହ କୋଟି ଟଙ୍କାର ଆକଳନ କରାଯାଇଛି ।ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଚଳିତ ବଜେଟ୍ରେ ରାଜ୍ୟ ସରକାର ୨୭ରୁ ଅଧିକ ନୂଆ ଯୋଜନା ଓ କର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିସହିତ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଯୁବବର୍ଗ, ମହିଳା ଉପରେ ମଧ୍ୟ ପ୍ରାଥମିକତା ଦିଆଯାଇଛି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା, ସାମାଜିକ ନିରାପତ୍ତା, ମାନବ ସମ୍ବଳର ବିକାଶ, ସାମାଜିକ ଭିତ୍ତିଭୂମିରେ ନିବେଶ ଆଜି କ୍ଷେତ୍ରକୁ ବଜେଟ୍ ରେ ଗୁରୁତ୍ୱ ଦିଆଯାଇଛି ।ସ୍ୱାସ୍ଥ୍ୟ ସେବାରୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ସମୁଦାୟ ୧୬ ହଜାର ୪୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଗତ ବର୍ଷ ତୁଳନାରେ ଏହି ବଜେଟ୍ ପ୍ରାୟ ୨୭ ପ୍ରତିଶତ ଅଧିକା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଉଛି ଏହା ସମୁଦାୟ ବଜେଟର ୭ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତ୍ୱାରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷରେ ମୋ ହସ୍ପିଟାଲ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏଥିନିମନ୍ତେ ୧୪୭ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିହ୍ନଟ କରାଯାଇଛି । ଏହି ସବୁ ହସ୍ପିଟାଲରେ ପରିବର୍ତ୍ତନ ଆଣିବା ପାଇଁ ୭୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ମାଗଣା ଔଷଧ ଯୋଗାଣ ନିମନ୍ତେ ନିରାମୟ କାର୍ଯ୍ୟକ୍ରମ ବାବଦକୁ ୫୧୩ କୋଟି, ନିଦାନ ଅଧିନରେ ୧୪୦ କୋଟି ଏବଂ ଷ୍ଟେଟ୍ ହେଲଥ୍ ଏସୁ୍ୟରାନ୍ସ ସୋସାଇଟୀ ଅଧୀନରେ ୨୩୮୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ ୩ ହଜାର ୩ କୋଟି ଟଙ୍କା ବ୍ୟ କରାଯିବ । ଏସ.ସି.ବି ପୁନଃବିକାଶ କାର୍ଯ୍ୟକ୍ରମ ପାଇଁ ୧୪ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରଥମିକତା ଦେଇଆସୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ୨୫୫୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଜାତୀୟ ଗ୍ରାମୀଣ ଜୀବିକା ମିଶନ ଜରିଆରେ ୯୯୬ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ସେମାନଙ୍କ ସଂଘକୁ ୯୮୯ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।ସେହିପରି ଶିକ୍ଷା କ୍ଷେତ୍ରରେ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫୨୮ କୋଟି ଟଙ୍କା ରହିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ନିମନ୍ତେ ୩ ହଜାର ୧୭୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିନିମନ୍ତେ ୨୦ କୋଟି ଟଙ୍କାର ଅର୍ଥ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ରେ କ୍ରାଡୀ ଓ ଯୁବସେବା ବିଭାଗ ଅଧିନରେ ୧୨ ଶହ ୧୭ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ସେଥିମଧ୍ୟରୁ କ୍ରୀଡା ଏବଂ ଅନ୍ୟାନ୍ୟ ଭିତ୍ତିଭଊମିର ବିକାଶ ପାଇଁ୍ର ୧ ହଜାର ୪୪ କୋଟି , କ୍ରୀଡା ଶିକ୍ଷାର ପ୍ରତ୍ସାହନ ପାଇଁ ୭୨ କୋଟି, କ୍ରୀଡା ବିଦ୍ୟାଳୟ ଓ ହଷ୍ଟେଲ ପ୍ରତିଷ୍ଠା ପାଇଁ ୫୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ଅର୍ଥ ମନ୍ତ୍ରୀ କହିଲେ, ମହିଳା ଓ ଶିଶୁ ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି । ବିଭିନ୍ନ ମହିଳା ଓ ଶିଶୁ କେନ୍ଦ୍ରିତ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ନିମନ୍ତେ ଆସନ୍ତା ଆର୍ଥିକ ବର୍ଷରେ ସମୁଦାୟ ୩ ହଜାର ୬ ୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଶେଷ କରି ମମତା ଯୋଜନା ରେ ୨୧୯ କୋଟି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ୨୫୦ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ଟ୍ରାଇବାଲ୍ ସବ୍ -କମ୍ପୋନେଣ୍ଟ ଅଧିନରେ ୧୬ ହଜାର ୪୮୭ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଅଧିନରେ ୫ ହଜାର ୯୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ ବିଜୁ ପକ୍କା ଘର ଅଧିନରେ ୪୮୭ କୋଟି ଏବଂ ସହରାଞ୍ଚଳ ଗରୀବଙ୍କ ପାଇଁ ପକ୍କା ଘର ବାବଦକୁ ୬୦୦ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି ।ସେହିପରି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୧୩ ହଜାର ୨୧୫ କୋଟି ଟଙ୍କାରୁ ଅଧିକ ନିବେଶ କରିବାର ଆକଳନ କରାଯାଇଛି । ବସୁଧା ଯୋଜନାରେ ୪ ହଜାର ୭୫୦ କୋଟି , ଜଳ ଜୀବନ ମିଶନ ଅଧୀନରେ ୫ ହଜାର ୭୫୦ କୋଟି, ଏବଂ ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୨୬୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜୀବିକା ମିଶନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଭୌତିକ ଉପାଦନ ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି କେନ୍ଦ୍ରୀୟ ସହାୟତା ମିଳିବା ପର୍ଯ୍ୟନ୍ତ ଠିକ୍ ସମୟରେ ମନରେଗା ୍ଧୀନରେ ମଜୁରି ପ୍ରଦାନ ପାଇଁ ଏକ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି । ସଡକ, ରେଳପଥ ଓ ପରିବହନ କ୍ଷେତ୍ରରେ ସମୁଦାୟ ୫୧ ହଜାର ୬୮୩ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ଯାହା ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୬ ପ୍ରତିଶତ ଅଟେ । ଏହି ଆର୍ଥିକ ବର୍ଷରେ ରାଜ୍ୟରେ ୫୨୬ ଟି ନୂଆ ସେତୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିନିମନ୍ତେ ୧୯୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଶକ୍ତି କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଦୁ୍ୟତ ଯୋଗାଣ ପାଇଁ ୩ ହଜାର ୩ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି । ଶିୁଳ୍ପର ଅଭିବୃଦ୍ଧ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୭୯୦ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି । ସହରାଞ୍ଚାଳ ଓଡିଶାର ରୂପାନ୍ତରଣ ନିମନ୍ତେ ୭ ହଜାର ୯୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ଐତିହ୍ୟ ସ୍ଥଳ ଗୁଡିକର ରୂପାନ୍ତରଣ ନିମନ୍ତେ ଅବଢା ଯୋଜନାରେ ୨୨୪ କୋଟି ଟଙ୍କା ଆକଳନ ହୋଇଥିବା ବେଳେ ଐତିହ୍ୟ ଓ ସ୍ମାୀରକୀ ଏବଂ ପର୍ଯ୍ୟଟନ ସ୍ଥଳୀର ସମନ୍ୱିତ ବିକାଶ ଅଧିନରେ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ପର୍ଯ୍ୟଟନ ସାମଗ୍ରୀକ ବିାକଶ ନିମନ୍ତେ ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ପଛୁଆ ଅଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ସରକାର ବଜେଟ୍ ରେ ଗୁରୁତ୍ୱ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଯୋଜନା ଓ ସଂଯୋଜନା ବିଭାଗ ଅଧୀନରେ ୧୩ ହଜାର ୧୦୪ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ସେଥିମଧ୍ୟରୁ କେବିକେ ଜିଲ୍ଲାରେ ବିଜୁଳୀ, ସଡକ ଓ ପାଣି ପ୍ରକଳ୍ପ ।ପଇଁ ୨୫୦ କୋଟି ଟଙ୍କା ପଶ୍ଚିମ ଓଡିସା ବିକାଶ ପରିଷଦକୁ ୩୨୫ କୋଟି ଟଙ୍କା ଓ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିକୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୩୭୦୦ କୋଟି, ଆବ୍ୟନ୍ତରିଣ, ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ ପାଇଁ ୮,୧୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିଭଳି ଓଡିଆ ଭାଷା , ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *