୩୭ଠ ଆସନ ଉପରେ କଂଗ୍ରେସର ଫୋକସ୍
ମିଶନ ୨ଠ୨୪
ଓଡିÿଶାରେ ଏକଲା ଚଲୋ ନୀତି
ରାୟପୁର, ୨୪ ।୨: ମିଶନ ୨୦୨୪ ପାଇଁ ଦେଶର ସର୍ବପ୍ରାଚୀନ ଦଳ କଂଗ୍ରେସ ୫୪୩ ପରିବର୍ତ୍ତେ ମାତ୍ର ୩୭୦ ଲୋକସଭା ଆସନ ଉପରେ ଫୋକସ୍ କରୁଛି । ଏହି ଆଧାରରେ ଦଳ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ୨୦୨୪ରେ କଂଗ୍ରେସ ଓଡ଼ିଶା ଓ ଉତ୍ତରପ୍ରଦେଶରେ ଏକଲାଚଲୋ ନୀତି ଆପଣାଇବ । ଅର୍ଥାତ୍ ଏହି ଦୁଇ ରାଜ୍ୟରେ ମେଣ୍ଟ କରିବ ନାହିଁ । ତେବେ କଂଗ୍ରେସ ମୁଖ୍ୟ ଫୋକସ ଦାକ୍ଷିଣାତ୍ୟ ରାଜ୍ୟ ଗୁଡ଼ିକର ୧୨୯, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ୯୦ ଏବଂ ହିନ୍ଦୀ ବେଲ୍ଟ୍ର ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ପ୍ରାୟ ୬୫ ଆସନ ଉପରେ ରହିବ । ବିହାର ଓ ଝାଡ଼ଖଣ୍ଡରେ କଂଗ୍ରେସ ମେଣ୍ଟ ଉପରେ ନିର୍ଭର କରିବ । ତଥାପି ଏହିସବୁ ରାଜ୍ୟରେ ଅଧିକ ଆସନ ପାଇବା ଲାଗି ଦଳ ମୂଲଚାଲ ଉଦ୍ୟମ ଆରମ୍ଭ କରି ଦେଇଛି ।
ଏ ସବୁ ସତ୍ତ୍ୱେ ୨୦୨୪ରେ ବିଜୟ ଲାଭ ପାଇଁ କଂଗ୍ରେସକୁ ବହୁ ପ୍ରତିବନ୍ଧକ ସମ୍ମୁଖୀନ ହେବାକୁ ପଡ଼ିବ । ସେଥିରୁ ସବୁଠୁ ବଡ଼ ପ୍ରତିବନ୍ଧକ ହେଉଛି ବିରୋଧୀ ଦଳମାନଙ୍କ ବିଶ୍ୱାସ ଜିତିବା । ସହଯୋଗୀ ଦଳମାନଙ୍କ ଆଭିମୁଖ୍ୟ ନେଇ ରାହୁଲ ଗାନ୍ଧୀ ଏବେ ବି ସଂଶୟରେ ରହିଛନ୍ତି । ନିକଟରେ ସେ ତୃଣମୂଳ କଂଗ୍ରେସକୁ ବିଜେପିର ବି ଟିମ୍ କହି ବିରୋଧୀ ମେଣ୍ଟ ଉଦ୍ୟମକୁ ବିଗାଡି ଦେଇଛନ୍ତି । ତେଣୁ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ବିରୋଧୀ ମେଣ୍ଟର ନେତା ରୂପେ ଉପସ୍ଥାପନ କରିବ କଂଗ୍ରେସ ।