ଆସନ୍ତା ସପ୍ତାହରୁ ବଢ଼ିବ ଖରା
ଭୁବନେଶ୍ୱର, ୨୪ା୨ (ବୁ୍ୟରୋ): ଆସନ୍ତା ସପ୍ତାହରୁ ଖରା ବଢିବା ଫଳରେ ସ୍ୱଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବଢିବ ଦିନର ସର୍ବୋଚ୍ଚ ତାପମାତ୍ରା । ଭୁବନେଶ୍ୱର ସମେତ ପଶ୍ଚିମ ଓଡିÿଶର ଅଧିକାଂଶ ସହରରେ ୩୮ ରୁ ୪୦ ଡିଗ୍ରୀ ପାରଦ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି । ଏବେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୭ ଡିଗ୍ରୀରୁ ଆଧିକ ରହିଛି । ଗୁରୁବାର ତାଳଚେର, ବୌଦ୍ଧ, ନୟାଗଡ଼ରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଲଗାତାର ୩୭ ଡିଗ୍ରୀରେ ରହୁଛି ଭୁବନେଶ୍ୱର ପାରଦ । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟରେ ସ୍ଥିତି ସଙ୍ଗୀନ ହେବ । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ମାର୍ଚ୍ଚ ଦ୍ୱିତୀୟ କି ତୃତୀୟ ସପ୍ତାହ ବେଳକୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ସେତେବେଳେ ଗୁରୁଚାପ ବଳୟ ପ୍ରଭାବରେ ଓଡିÿଶାକୁ ସାମୁଦ୍ରିକ ପବନ ବା ଜଳୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେବ ।