ଇନ୍ଫର୍ମର ସନେ୍ଦହରେ ଯୁବକଙ୍କୁ ହତ୍ୟା

ନବରଙ୍ଗପୁର/ ଉମରକୋଟ, ୨୪ା୨ (ଆପ୍ର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚୟତ ଖାଲେପାରା ଗ୍ରାମର ଚନ୍ଦନ ମଲିକ (୩୩) ନାମକ ଯୁବକଙ୍କୁ ପୁଲିସର ଖବରୀ ବୋଲି କହି ଘରୁ କିଛି ଦୂରକୁ ଡାକି ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଚନ୍ଦନ ମଲିକ ଏବଂ ତାଙ୍କ ପରିବାର ଖାଇ ବସିଥିବା ସମୟରେ, ପ୍ରାୟ ୩୦ରୁ ୩୫ ଜଣ ମାଓବାଦୀ ବେଶରେ ଅସ୍ତ୍ରଶସ୍ତ୍ର ଧରି ତାଙ୍କୁ ଘରୁ ଟାଣି ନେଇ ଗାଁ ବାହାରକୁ ଡାକି ନେଇଥିଲେ । ସେଠାରେ ଚନ୍ଦନ ମଲିକଙ୍କୁ ଗୋଇଠା, ବିଧା ମାରିବା ସହ ରଶିରେ ତାର ବେକକୁ ବାନ୍ଧି ଟାଣି ଟାଣି ନେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ ଚନ୍ଦନଙ୍କ ମୃତୁ୍ୟ ଘଟିଥିଲା । ଘଟଣା ସ୍ଥଳରେ ମାଓବାଦୀଙ୍କ ଏକ ପୋଷ୍ଟର ମଧ୍ୟ ମିଳିଥିଲା । ସେହି ପୋଷ୍ଟରରେ ଚନ୍ଦନ ମଲିକ ପୁଲିସ ଖବରୀ ଅଟନ୍ତି ତେଣୁ ତାଙ୍କୁ ମୃତୁ୍ୟଦଣ୍ଡ ଦିଆଯାଇଛି, ଏହା ପୂର୍ବରୁ ଚନ୍ଦନଙ୍କୁ ଥରେ ଜନ ଅଦାଲତରେ ବି·ର କରି ଛାଡି ଦିଆଯାଇଥିଲା ।
କିନ୍ତୁ ତାହାପରେ ମଧ୍ୟ ସେ ମାନି ନଥିଲେ ତେଣୁ ତାଙ୍କୁ ହତ୍ୟା କରାଯାଇଛି । ପୁଲିସ ଖବରୀ ଚନ୍ଦନ ମଲିକଙ୍କ ମୃତୁ୍ୟରେ ନବରଙ୍ଗପୁର ଏସ୍ପି, ଗରିଆବନ୍ଧ ଏସ୍ପି ଏବଂ ପୁଲିସର ଗୁଇନ୍ଦା ବିଭାଗ ଦାୟୀ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ପୁଲିସ ସତର୍କତାର ସହ ଏହାର ତଦନ୍ତ କରୁଛି । ଅଧିକ ପୁଲିସ ଘଟଣା ସ୍ଥଳରେ ପହଞ୍ଚôବେ ଓ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଉମରକୋଟ ଏସ୍ଡିପିଓ ଶୁଭେନ୍ଦୁ କୁମାର ଶବର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *