ଓଡ଼ିଶାର ୫ ଜଣ ସମ୍ମାନିତ

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
ନୂଆଦିଲ୍ଲୀ/ବାରିପଦା, ୨୩ା୨: ସାଂସ୍କୃତିକ କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ରାଜ୍ୟର ୫ ଜଣ ପ୍ରସିଦ୍ଧ କଳାକାରଙ୍କୁ ଗୁରୁବାର ସମ୍ମାନଜନକ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୨୦୨୦, ୨୦୨୧) ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ଥାନୀୟ ବିଜ୍ଞାନ ଭବନରେ ଆୟୋଜିତ ବିଶେଷ ଉତ୍ସବରେ ପୁରସ୍କୃତ ହୋଇଥିବା କଳାକାରମାନେ ହେଲେ- ନୃତ୍ୟଶିଳ୍ପୀ ରବୀନ୍ଦ୍ର ଅତିବୁଦ୍ଧି ଓ ବିଜୟ କୁମାର ଜେନା, ମୟୂରଭଞ୍ଜ ଜିଲ୍ଲାର ଛଉନୃତ୍ୟ ଗୁରୁ ତ୍ରିଲୋଚନ ମହାନ୍ତ, ସୁଗମ ସଂଗୀତ ଗାୟିକା ସୁସ୍ମିତା ଦାସ ଏବଂ ଥିଏଟର ନିଦେ୍ର୍ଦଶକ ମନୋଜ ପଟ୍ଟନାୟକ । ଅତିବୁଦ୍ଧି ଓ ମହାନ୍ତଙ୍କୁ ବର୍ଷ ୨୦୨୦ ଏବଂ ସୁସ୍ମିତା, ବିଜୟ ଓ ମନୋଜଙ୍କୁ ୨୦୨୧ ପାଇଁ ପୁରସ୍କୃତ କରାଯାଇଛି । ପୁରସ୍କାର ବାବଦକୁ ୧ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ର ଫଳକ ଓ ଉତ୍ତରୀୟ ଦେଇ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ସଂଗୀତ, ନୃତ୍ୟ, ନାଟକ, ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟ ଆଦି ବର୍ଗରେ ପାରମ୍ପରିକ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଦିଆଯାଉଥିବା ଏହି ପୁରସ୍କାର ଗତ ଦୁଇବର୍ଷ ଧରି ଦିଆଯାଇନଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *