ମିଳିବନି ସ୍ୱତନ୍ତ୍ର ପାହ୍ୟା

ଭୁବନେଶ୍ୱର, ୧୭ା୨ (ବୁ୍ୟରୋ): ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା । କେବଳ ଓଡ଼ିଶା ନୁହେଁ, କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦିଆଯିବ ନାହିଁ । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି । ଆନ୍ଧ୍ର ପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ଥାନୀୟ ଏକ ଘରୋଇ ହୋଟେଲରେ ପୋଷ୍ଟ ବଜେଟ୍ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି । ବଜେଟରେ ମନରେଗା ଅର୍ଥ କମାଯାଇଥିବା ଅଭିଯୋଗ ନେଇ ସେ କହିଛନ୍ତି, ମନରେଗା ହେଉଛି ଚାହିଦା ଭିତ୍ତିକ ଯୋଜନା । ଲୋକଙ୍କ ·ହିଦା ବଢ଼ିଲେ ବ୍ୟୟବରାଦ ବଢ଼ିବ । ନରେନ୍ଦ୍ର ମୋଦି ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଛି ଯାହା ୧୦ ବର୍ଷର ୟୁପିଏ ସରକାରରେ ହେଉନଥିଲା । ମନରେଗା ଅର୍ଥ କମାଯାଇଥିବା ଅଭିଯୋଗ ଆଣି କିଛି ରାଜ୍ୟ ଏହାକୁ ପ୍ରସଙ୍ଗ କରୁଛନ୍ତି । କିନ୍ତୁ ଏମିତି ମଧ୍ୟ ରାଜ୍ୟ ଅଛନ୍ତି, ଯେଉଁମାନଙ୍କୁ ଆର୍ଥିକ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ବି ଖର୍ଚ୍ଚ କରିପାରୁନାହାନ୍ତି । ଏହି ଯୋଜନାର ବ୍ୟୟ ବରାଦ ଅତିରିକ୍ତ ବ୍ୟୟ ବରାଦ ଜରିଆରେ ବଢାଇବାର ବିକଳ୍ପ ରହିଛି ବୋଲି ସେ କହିଛନ୍ତି । ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯିବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, କୌଣସି ଶସ୍ୟ ସଂଗ୍ରହ କମାଯାଇ ନାହିଁ । ·ଷୀଙ୍କୁ ଆବଶ୍ୟକ ପରିମାଣରେ ଦିଆଯାଉଥିବା ·ହିଦା ବଢିଛି । ଏମ୍ଏସ୍ପି ମଧ୍ୟ ବଢିଛି । ତେଣୁ ଶସ୍ୟ କିଣା ପରେ ·ଷୀଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ଅଧିକ ରହୁଛି । ଏମ୍ଏସ୍ପି ସିଧା ସଳଖ ·ଷୀଙ୍କ ପାଖକୁ ଯାଉଛି । ଫଳରେ ·ଷୀଙ୍କ ଅର୍ଥ ମଧ୍ୟସ୍ଥି ନେବା ପ୍ରକ୍ରିୟା ବନ୍ଦ ହୋଇଛି । ମୋଦି ସରକାରଙ୍କ ଅମଳରେ ·ଷୀଙ୍କଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି । ଆଦାନୀ ପ୍ରସଙ୍ଗରେ ସେ କହିଛନ୍ତି ଯେ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଷ୍ଟେଟ୍ ବ୍ୟାଙ୍କ ଓ ସେବି ଯାହା କହିବା କଥା କହି ସାରିଛନ୍ତି । ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ ହେବନି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି, ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସ୍ଟିରେ ସାମିଲ କରିବା ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି । କେବଳ କେଉଁ ହାରରେ ଜିଏସ୍ଟି ଲାଗିବ, ତାହା ଧାର୍ଯ୍ୟ ହୋଇପାରୁନି । ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ୱ ଜିଏସ୍ଟି କାଉନ୍ସିଲର । ଯେଉଁଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି ବୋଲି ନିିର୍ମଳା କହିଛନ୍ତି । ଉଜ୍ୱଳା ଯୋଜନାରେ କମ ଅର୍ଥ ବ୍ୟୟ ବରାଦ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, ଏହା କେନ୍ଦ୍ରର ସବୁଠାରୁ ଭଲ ଯୋଜନା । ଦେଶର ସମସ୍ତ ଟାର୍ଗେଟ ସଂଖ୍ୟକ ହିତାଧିକାରୀଙ୍କୁ ନୂଆ ସିଲିଣ୍ଡର ଦିଆସରିଛି । ଗରିବ ଲୋକ ଏହି ଯୋଜନାରେ ଅଧିକ ଲାଭବାନ ହୋଇଛନ୍ତି । ଏହା କେବଳ ନୂଆ ସଂଯୋଗ ପ୍ରଦାନ ଲାଗି ଉଦ୍ଦିଷ୍ଟ, ଗ୍ରାହକଙ୍କୁ ସବ୍ସିଡି ପ୍ରଦାନ ପାଇଁ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ବଜେଟରେ ପିଏମ୍ ବିଶ୍ୱକର୍ମା ଯୋଜନାକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି, ପିଏମ୍ ବିଶ୍ୱକର୍ମା ଯୋଜନାରେ ସବୁଠୁ ଅଧିକ ଲାଭବାନ ହେବେ ଓଡ଼ିଶା କାରିଗର । ଓଡ଼ିଶାର ପଟ୍ଟଚିତ୍ର କାରିଗର, ପଥର ଶିଳ୍ପୀ ଅଧିକ ଲାଭ ପାଇବେ । ସମ୍ବଲପୁରୀ ଶାଢ଼ି ମୋତେ ବହୁତ ଭଲ ଲାଗେ । ମୋର ୱାର୍ଡରୋବରେ ଥିବା ଅଧିକାଂଶ ଶାଢ଼ୀ ସମ୍ବଲପୁରୀ । ବମକାଇ, କଟକି ଶାଢ଼ୀ ମଧ୍ୟ ମୋତେ ଭଲ ଲାଗେ । ଏବେ ବି ମୁଁ ଏସବୁ ଶାଢ଼ୀ କିଣୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *