କିଟ୍-କିସ୍ରେ କ୍ରୀଡ଼ା ପ୍ରତିଭାଙ୍କ ନାମରେ ଭିତ୍ତିଭୂମି
ଭୁବନେଶ୍ୱର, ୧୭ା୨(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଟ୍ରେ ଆୟୋଜିତ ଉଦ୍ଘାଟନ ଓ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । କିସ୍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍, କିସ୍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁକ୍ରବାର ଉଦ୍ଘାଟନ କରିବା ସହ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍ର ବିଭିନ୍ନ ଷ୍ଟାଡିୟମ୍ ଏବଂ ଭିତ୍ତିଭୂମିକୁ ମଧ୍ୟ ଲୋକାର୍ପଣ କରିଛନ୍ତି । ୧୦୦ କୋଟି ଟଙ୍କା ବ୍ୟୟରେ କିସ୍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍
ନିର୍ମିତ ହୋିଛି । ଏହି ମେଗା କ୍ୟାମ୍ପସ୍ରେ ଆକାଡେମିକ୍ ବିଲଡିଙ୍ଗ, ବୃହତ ଲାଇବ୍ରେରୀ, ୩ ହଜାର ଛାତ୍ର ଓ ୩ ହଜାର ଛାତ୍ରୀଙ୍କ ଲାଗି ହଷ୍ଟେଲରେ ବ୍ୟବସ୍ଥା ରହିଛି । କାର୍ଯ୍ୟକ୍ରମରେ ତଫସିଲଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଏମ୍ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କିଟ-କିସରେ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇଣ୍ଡୋର ଷ୍ଟାଡ଼ିୟମ ଓ କିଟ୍ କ୍ରିକେଟ ଷ୍ଟାଡ଼ିୟମ, ଦିଲିପ ତିର୍କୀ ହକି ଷ୍ଟାଡିୟମ୍, ଅଭିନବ ବିନ୍ଦ୍ରା ଇନ୍-ଡୋର ସୁଟିଂ ରେଞ୍ଜ, ରାହୁଳ ବୋଷ ରଗ୍ବୀ ଷ୍ଟାଡିଅମ୍, ଦେବାଶିଷ ଓ ଶିବ ସୁନ୍ଦର ଷ୍ଟାଣ୍ଡ, ବିଶ୍ୱନାଥନ୍ ଆନନ୍ଦ ଇଣ୍ଟରନ୍ୟାସ୍ନାଲ୍ ଚେସ୍ ହଲ୍, ଲିଆଣ୍ଡର ଚେସ୍ ଟେନିସ୍ ଷ୍ଟାଡିଅମ୍, ଦୂତି ଚାନ୍ଦ ଆଥଲେଟିକ୍ ଷ୍ଟାଡିୟମ୍, ଅମିୟ ମଲ୍ଲିକ୍ ଆଥଲେଟିକ୍ ଷ୍ଟାଣ୍ଡ, ଶ୍ରାବଣୀ ନନ୍ଦ ଷ୍ଟାଣ୍ଡ, ମିନତୀ ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍, ପ୍ରମୋଦ ଭଗତ ବ୍ୟାଡ୍ମିଣ୍ଟନ୍ ଇନ୍-ଡୋର ହଲ୍, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୁଟ୍ବଲ୍ ଷ୍ଟାଡିୟମ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ପଦ୍ମଭୂଷଣ ଲିଆଣ୍ଡର ପେସ୍, ରାହୁଲ ବୋଷ, ଦିଲ୍ଲିପ ତିର୍କୀ, ଦୂତି ଚାନ୍ଦ, ଦେବାଶିଷ ମହାନ୍ତି, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଭିନିଲ୍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମ ବିଭୂଷଣ ବିଶ୍ୱନାଥନ୍ ଆନନ୍ଦ, ପଦ୍ମଭୂଷଣ ଅଭିନବ ବିନ୍ଦ୍ରା, ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ଏବଂ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପ୍ରମୁଖ ଭର୍ଚୁଆଲ୍ରେ ଯୋଗଦେଇଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କହିଲେ, ଆଜି କିଟ୍ ଓ କିସ୍ର ଏତେଗୁଡିଏ କ୍ରୀଡ଼ା ଭିତ୍ତିଭୂମିକୁ ଏକାଥରକେ ଦେଶର ଖ୍ୟାତି ସମ୍ପନ୍ନ କ୍ରୀଡା ପ୍ରତିଭାଙ୍କ ନାମରେ ଉତ୍ସର୍ଗ କରାଯିବା ସମଗ୍ର ଦେଶରେ ଅନନ୍ୟ । ଅଚୁ୍ୟତ ସାମନ୍ତଙ୍କର ଏହା ଏକ ଅନନ୍ୟ ପ୍ରୟାସ ଏବଂ ଏକ ବିଶ୍ୱବିଦ୍ୟାଳୟରେ ଏତେସଂଖ୍ୟକ ଓ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ରହିବା ଏକ ଉଦାହରଣ ବୋଲି କ୍ରୀଡ଼ାବିତ୍ମାନେ ମତ ଦେଇଥିଲେ ।