ଜଷ୍ଟିସ୍ ସଞ୍ଜୟ ମିଶ୍ର ଝାଡ଼ଖଣ୍ଡ ମୁଖ୍ୟ ବିଚାରପତି ନିଯୁକ୍ତ
ନୂଆଦିଲ୍ଲୀ, ୧୭ା୨: ଉତ୍ତରାଖଣ୍ଡ ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ ମିଶ୍ରଙ୍କୁ ପଦୋନ୍ନତି ଦିଆଯାଇ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଝାରଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରବି ରଞ୍ଜନ ଡିସେମ୍ବର ୧୯ରେ ଅବସର ନେଇଥିଲେ । ଏହା ପୂର୍ବରୁ ଡିସେମ୍ବର ୧୩ରେ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ ମିଶ୍ରଙ୍କୁ ପଦୋନ୍ନତି ଦେବା ଲାଗି ସୁପାରିଶ କରିଥିଲେ ।ଜଷ୍ଟିସ ମିଶ୍ରଙ୍କ ଘର ବଲାଙ୍ଗିର ଜିଲ୍ଲାରେ ଓ ସେ ୧୯୮୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ବି ପାା୍ କରିଥିଲେ । ଜଷ୍ଟିସ ମିଶ୍ର ଜୟପୁରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍, ଢେଙ୍କାନାଳ, ଭୁବନେଶ୍ୱର ସିବିଆଇ ଜଜ୍, ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାମ କରିଛନ୍ତି । ୨୦୦୯ରେ ସେ ଓଡ଼ିଶା ହାଇକୋର୍ଟର ଜଜ୍ ପଦକୁ ପଦୋନ୍ନତି ପାଇଥିଲେ । ଜଷ୍ଟିସ ମିଶ୍ର ଉତ୍ତରାଖଣ୍ଡ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ।