ଆଶାୟୀଙ୍କ ଉଗ୍ର ପ୍ରଦର୍ଶନ, ୫ଠ ଆହତ
ଅରୁଣାଚଳ ଲୋକସେବା ଆୟୋଗ ପ୍ରଶ୍ନପତ୍ର ଲିକ୍
ଇଟାନଗର (ଏଜେନ୍ସି): ଅରୁଣାଚଳ ଲୋକସେବା ଆୟୋଗ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ରାଜଧାନୀ ଇଟାନଗରରେ ଆଶାୟୀଙ୍କ ଉଗ୍ର ତଥା ହିଂସକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାକୁ ଯାଇ ପ୍ରଦର୍ଶନକାରୀଙ୍କ ସହ ସୁରକ୍ଷାକର୍ମୀଙ୍କୁ ମୁହାଁମୁହିଁ ହେବାକୁ ପଡିଛି । ଏଥିରେ ୫ଠରୁ ଅଧିକ ଆହତ ହୋଇଥିବା ବେଳେ ପୁଲିସ୍ ପ୍ରଶାସନ ଧାରା ୧୪୪ ଲାଗୁ କରିଛି । ସୁରକ୍ଷାକର୍ମୀ ଏବଂ ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷ ଏବଂ ନବ ନିଯୁକ୍ତ ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ କରିବା ପାଇଁ ପ୍ରଦର୍ଶନକାରୀ ଦାବି କରିଛନ୍ତି । ସ୍ଥିତିକୁ ଦେଖି ରାଜ୍ୟ ସରକାର ମଧ୍ୟ ଶପଥ ସମାରୋହକୁ ସ୍ଥଗିତ ରଖିଛନ୍ତି । ଏତଦ୍ବ୍ୟତୀତ ଆୟୋଗ ପକ୍ଷରୁ ଅନୁଷ୍ଠିତ ପରୀକ୍ଷା ଯେଉଁଥିରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା ତାହାକୁ ରଦ୍ଦ କରିବା ଏବଂ ଆୟୋଗର ପୂର୍ବତନ ଅଧ୍ୟକ୍ଷ, ସଚିବ ଏବଂ ସଦସ୍ୟଙ୍କ ସହ ଅନ୍ୟ ଦୋଷୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି ।