୧୬ ମହଲାରୁ ଖସି ପୁତିନ୍ଙ୍କ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ମୃତ
ମସ୍କୋ (ଏଜେନ୍ସି): ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସରକାର ତଥା ପ୍ରଶାସନରେ ନିଯୁ୍କ୍ତ ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଏଥର ପ୍ରାଣ ହରାଇଥିବା ଅଧିକାରୀଜଣକ ଜଣେ ମହିଳା ଏବଂ ତାଙ୍କ ନାମ ମାରିନା ୟାଙ୍କିନା । ସେଣ୍ଟ ପିଟର୍ସବର୍ଗରେ ଜମଶିନା ଷ୍ଟ୍ରିଟ୍ ସ୍ଥିତ ଏକ ବିଲ୍ଡିଂର ୧୬ତମ ମହଲାରେ ସେ ରହୁଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଝରକାରୁ ଖସିପଡି ପ୍ରାଣ ହରାଇଥିବା କୁହାଯାଉଛି । ପୁତିନ୍ ସରକାରରେ ମାରିନା ଜଣେ ପ୍ରତିରକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ରକ୍ଷା ମନ୍ତ୍ରାଳୟର ଆର୍ଥିକ ସହାୟତା ବିଭାଗର ନେତୃତ୍ୱ ଗ୍ରହଣ କରିଥିବା ମାରିନାଙ୍କ ଏପ୍ରକାର ମୃତୁ୍ୟକୁ ନେଇ ସନେ୍ଦହ ବଢ଼ିଯାଇଛି । କାରଣ ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ପୁତିନ୍ଙ୍କ ଅନେକ ଅଧିକାରୀଙ୍କ ଏପ୍ରକାର ଆକସ୍ମିକ୍ ମୃତୁ୍ୟ ଘଟୁଥିବା ଦେଖିବାକୁ ମିଳିଆସୁଛି । ରିପୋର୍ଟ ଅନୁଯାୟୀ, ମାରିନା ୟାଙ୍କିନା ୧୬ଠ ଫୁଟ୍ ତଳକୁ ଖସିପଡ଼ିବା କାରଣରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଛି । ପୁଲିସ୍ ଏବେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।