ବର୍ଷକରେ ସାଇବର୍ ମାମଲା ୧ଠ ଲକ୍ଷ ପାର୍

ନୂଆଦିଲ୍ଲୀ,୧୬ା୨: ପ୍ରଯୁକ୍ତିର ବହୁଳ ପ୍ରୟୋଗ ସହିତ ସାଇବର୍ ଅପରାଧ ମାମଲା ବଢ଼ି ଚାଲିଛି । କେତେ ବଢ଼ିଛି ଆକଳନ କରିବାକୁ ହେଲେ ଗୋଟିଏ ବର୍ଷର ଉଦାହରଣ ଦିଆଯାଇପାରେ । ପୂର୍ବରୁ ଭାରତରେ ବର୍ଷକୁ ଅଳ୍ପ କେତେ ହଜାର ମାମଲା ସାମ୍ନାକୁ ଆସୁଥିଲା । ଗତ ବର୍ଷ ସାଇବର୍ ମାମଲା ସଂଖ୍ୟା ବଢ଼ି ବଢ଼ି ୧୦ ଲକ୍ଷ ଟପିବା କେନ୍ଦ୍ର ସରକାରଙ୍କୁ ଚକିତ କରିଛି ।
ସାଇବର୍ ଅପରାଧରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ବ୍ୟାପକ ସ୍ତରରେ କବଚ ନାମକ ଅଭିଯାନ ଆରମ୍ଭ କରିଛନ୍ତି । ଏହିକ୍ରମରେ ସାଇବର୍ କ୍ରାଇମ୍ ସମ୍ପର୍କିତ ଅପରାଧଗୁଡ଼ିକର ସମାଧାନ ସୂତ୍ର ଖୋଜିବା ପାଇଁ ଦେଶ ସାରା ଇଞ୍ଜିନିୟରିଂ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି । ଏଆଇସିଟିଇ ଅଧ୍ୟକ୍ଷ ଡ. ଟି ଜି ସୀତାରାମ, ବୁ୍ୟରୋ ଅଫ୍ ପୁଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲଅପ୍ମେଣ୍ଟ (ବିପିଆର୍ ଆଣ୍ଡ ଡି)ର ମହାନିଦେ୍ର୍ଦଶକ ବାଲାଜୀ ଶ୍ରୀବାସ୍ତବ ଓ ଇଣ୍ଡିଆନ୍ ସାଇବର୍ କ୍ରାଇମ୍ କୋର୍ଡିନେସନ ସେଣ୍ଟର (ଆଇ ଚାରି ସି)ର ସିଇଓ ରାଜେଶ କୁମାର ଗୁରୁବାର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାଜେଶ କୁମାର କହିଛନ୍ତି ଗତବର୍ଷ ରୁଜୁ ହୋଇଥିବା ୧୦ ଲକ୍ଷରୁ ଅଧିକ ସାଇବର୍ ମାମଲାର ଅଧିକାଂଶ ଆର୍ଥôକ ତଞ୍ଚକତା ସମ୍ପର୍କିତ । ସବୁ ସାଇବର୍ ଅପରାଧକୁ ସୂଚୀବଦ୍ଧ କରି ସମାଧାନ ସୂତ୍ର ଖୋଜିବା ବ୍ୟବସ୍ଥା ହେଉଛି । ଏଥିପାଇଁ କବଚ ନାମକ ହ୍ୟାକ୍ଥାନ ଆୟୋଜନ କରାଯାଉଛି । ଏଥିରେ ଇଞ୍ଜିନିୟରିଂ ଶିକ୍ଷାର୍ଥିମାନଙ୍କୁ ନିଜ ନିଜ ପ୍ରତିଭା ପ୍ରଦର୍ଶନ ସୁଯୋଗ ମିଳିବ । ଏକ ଗ୍ରାଣ୍ଡ ଫିନାଲେ ମଧ୍ୟ ଆୟୋଜିତ ହେବ । ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଥିବା ଗ୍ରୁପ୍କୁ ଦିଆଯିବ ୨୦ ଲକ୍ଷ ଟଙ୍କାର ପୁରସ୍କାର । ତତ୍ସହିତ ସେମାନଙ୍କ ସମାଧାନ ପନ୍ଥାକୁ ବ୍ୟାପକ ସ୍ତରରେ ଲାଗୁ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *