ଆଉ ୩୭ଠ ବିମାନ କିଣିବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ (ଏଜେନ୍ସି): ଏୟାର ଇଣ୍ଡିଆ ଏବେ ଆଉ ୩୭ଠ ବିମାନ କିଣିବାକୁ ଯାଉଛି । ଗୁରୁବାର ଏସମ୍ପର୍କରେ ଏୟାର ଇଣ୍ଡିଆ ମାଲିକାନା ଟାଟା ଗ୍ରୁପ୍ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । କିଛି ଦିନ ପୂର୍ବେ ଏୟାର ଇଣ୍ଡିଆ କମ୍ପାନୀ ଆମେରିକା ଓ ଫ୍ରାନ୍ସ ସହ ଚୁକ୍ତି କରି ୪୭ଠ ବିମାନ କିଣି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ମାଇଲ ଷ୍ଟୋନ୍ ସ୍ଥାପନ କରିଥିବା ବେଳେ ଏବେ ପୁନର୍ବାର ଆଉ ୩୭ଠ ବିମାନ କିଣିବାକୁ ଯାଉଛି । ତେବେ ଏହି ୩୭ଠ ବିମାନ କ୍ରୟ ପ୍ରକ୍ରିୟା ଆସନ୍ତା ୧ଠ ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି । ଏନେଇ ଏୟାରଲାଇନ୍ସ ବାଣିଜି୍ୟକ ଓ ପରିବର୍ତ୍ତନ ଅଧିକାରୀ ନିପୁଣ ଅଗ୍ରୱାଲ ସୂଚନା ଦେଇଛନ୍ତ । ପ୍ରକାଶ, ଗତ ମଙ୍ଗଳବାର ଟାଟା ଗ୍ରୁପ୍ ପକ୍ଷରୁ ୪୭ଠ ବିମାନ କିଣିବା ନେଇ ଘୋଷଣା କରାଯାଇଥିଲା । ସେଥିମଧ୍ୟରୁ ଫ୍ରାନ୍ସର ଏୟାରବସ୍ ସହ ଚୁକ୍ତି ପୂର୍ବକ ୨୫ଠ ବିମାନ ଓ ଆମେରିକାର ବୋଇଂ ସହ ଚୁକ୍ତି ପୂର୍ବକ ୨୨ଠଟି ବିମାନ କିଣାଯିବା ନେଇ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନର ଆଉ ୩୭ଠ ବିମାନ କିଣିବା ସମ୍ପର୍କୀତ କମ୍ପାନୀ ଘୋଷଣା କରିବା ପରେ ଟାଟା ମୋଟ୍ ୮୪ଠ ବିମାନ କିଣିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି ।