ଧର୍ମେନ୍ଦ୍ର-ପ୍ରଣବ ମୁହାଁମୁହିଁ
ଜୟନାରାୟଣ ଆକ୍ରମଣ ପ୍ରସଙ୍ଗ
ପ୍ରାୟୋଜିତ କାର୍ଯ୍ୟ କରୁଛି ଶାସକ ଦଳ
ଭୁବନେଶ୍ୱର, ୧୬ା୨ (ବୁ୍ୟରୋ): ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଉଦ୍ୟମ କରୁଛନ୍ତି । ନବ ଦାସ ହତ୍ୟାକାଣ୍ଡର ମୂଳ ବିଷୟ ନ ଖୋଜି ଶାସକ ଦଳ ପ୍ରାୟୋଜିତ କାର୍ଯ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଶାସକ ଦଳର ଅନେକ ମନ୍ତ୍ରୀ ହତ୍ୟା ଓ ବିଭିନ୍ନ କେଳେଙ୍କାରୀରେ ସାମିଲ ଅଛନ୍ତି । ନୈତିକତା କଥା କିଏ କହୁଛି? ରାଜନୀତିରେ ହିଂସାର ସ୍ଥାନ ନାହିଁ । କିନ୍ତୁ ପ୍ରସଙ୍ଗ କେବଳ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନୁହଁନ୍ତି । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ଏଏସ୍ଆଇ ହତ୍ୟା କଲେ, ତାହା ହୋଉଛି ମୂଳ ବିଷୟ । ଏହି ହତ୍ୟାକାଣ୍ଡର ମୂଳ କାରଣ ନ ଖୋଜି ଶାସକ ଦଳ ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ ଚଳାଇବା ଦୁର୍ଭାଗ୍ୟଜନକ । ଓଡିଶା ପୁଲିସକୁ ଜୟନାରାୟଣ ମିଶ୍ର ବିଶ୍ୱାସ କରୁ ନ ଥିବା କହିଲେ, ସେହି ସମୟରେ ତାଙ୍କୁ କେହି ବିରୋଧ କଲେ କି ? ଅପରପକ୍ଷେ ପିଏସ୍ଓ କେବଳ ଫୋନ ଉଠାଇବା ପାଇଁ ଥିବା କଥା ଆସୁଛି । ସୌମ୍ୟ ବାବୁଙ୍କ ଭଳି ବରିଷ୍ଠ ନେତା ଗୋପାଳ ଦାସ ଭଳି ପୋଲିସକୁ ଭୟ ଲାଗିବା କଥା କହୁଛନ୍ତି । ଶାସକ ଦଳ ୩ ବଡ ବଡ ପୋଲିସ ଟିମ୍ ଲଗାଇ ପ୍ରାୟୋଜିତ ଭାବେ ଜୟନାରାୟଣ ମିଶ୍ରଙ୍କୁ ଭୁଲ ମାଗିବାକୁ ବାଧ୍ୟ କରୁଛି । ଅଧିକାର ଅନୁଯାୟୀ ଜୟନାରାୟଣ ମିଶ୍ର ଗଣତନ୍ତ୍ରର ବିରୋଧୀ ଦଳର ନେତା, କାହାର ଦୟାର ପାତ୍ର ନୁହନ୍ତି । ଆମେ ଛୋଟ ହୋଇଥାଇପାରୁ । କିନ୍ତୁ ବିରୋଧୀ ଦଳ ନେତାଙ୍କୁ ସମାଲୋଚନା କରିବା ପାଇଁ କିଛି ବି ପ୍ରୟାସ କରିବୁ – ଏପ୍ରକାରର ଅହଙ୍କାର ଭାବ ରହିବା ଉଚିତ ନୁହେଁ । ବଚସ୍କର ନେତାମାନେ ଅସହିଷ୍ଣୁ ହୋଇପଡିଛନ୍ତି ଏବଂ ପ୍ରାୟୋଜିତ ଯୋଜନା କରୁଛନ୍ତି । ଗଣତନ୍ତ୍ରରେ ଏହି ନାଟକ ବେଶି ଦିନ ଚାଲିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।