ଫିଲିପିନ୍ସରେ ୬.୧ ଭୂମିକମ୍ପ

ମାନିଲା (ଏଜେନ୍ସି): ଫିଲପାଇନ୍ସର ମାସବାଟ ଠାରେ ଗୁରୁବାର ପ୍ରତୁ୍ୟଷରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଲୋକେ ନିଦରୁ ଉଠିପଡିଥିଲେ ଓ ଘରୁ ପଦାକୁ ବାହାରି ଆସିଥିଲେ । ଆମେରିକୀୟ ଭୂ ସର୍ଭେକ୍ଷଣ (ୟୁଏସଜିଏସ୍)ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ୬.୧ ତୀବ୍ରତାର ଭୂକମ୍ପନ ସତ୍ତ୍ୱେ ସୁନାମୀର ଆଶଙ୍କା ନାହିଁ । ସୁତରାଂ ଭୂମିକମ୍ପ ପରବର୍ତ୍ତୀ ସୁନାମୀ ସତର୍କତା ଜାରି କରାଯିବାର କୌଣସି ଆବଶ୍ୟକତା ନାହିଁ । ୟୁଏସ୍ଜିଏସ୍ ଅନୁସାରେ ଭୂମିକମ୍ପର ଉତ୍ପତ୍ତିସ୍ଥଳ ମୁଖ୍ୟଦୀପ ମାସବାଟର ଉସୋନ ନଗରପାଳିକା ମିଆଗା ନିକଟତମ ଗାଁରୁ ୭ ମାଇଲ ଦୂରରେ ରହିଛି । ତେବେ ଆଶ୍ଚର୍ଯ୍ୟର ବିଷୟ ୬.୧ ତୀବ୍ରତା ସତ୍ତ୍ୱେ ଦ୍ୱୀପରେ ଧନଜୀବନ ହାନୀର କୌଣସି ସୂଚନା ନାହିଁ । ଏହା ପୂର୍ବରୁ ଗତ ଜାନୁଆରୀ ୧୮ରେ ମଧ୍ୟ ଫିଲପାଇନ୍ସର ଦକ୍ଷିଣ ଭାଗରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *