୫ ଟଙ୍କା ଶସ୍ତା ହେଲା ଗହମ ଆଗକୁ ଦର ଆହୁରି କମିବ

ନୂଆଦିଲ୍ଲୀ (ଏଜେନ୍ସି): ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ବେଶ୍ କିଛି ସମୟ ଧରି ଦେଶରେ ଅଟା ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରେ ସାମାନ୍ୟ ବ୍ରେକ୍ ଲାଗିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ପ୍ରକାଶ, ଉଭୟ ପାଇକରୀ ଓ ଖୁଚୁରା ବଜାରରେ ଗହମ କେଜି ପିଛା ୫ ଟଙ୍କା ଶସ୍ତା ହୋଇଛି । କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି ।
ସଞ୍ଜୀବଙ୍କ କହିବାନୁସାରେ ବର୍ଦ୍ଧିତ ଅଟା ଦାମ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୋଲା ବଜାରରେ ୩ଠ ଲକ୍ଷ ଟନ ଗହମ ବିକ୍ରି ଲାଗି ନିଷ୍ପତ୍ତି ନେଇଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ବଜାରରେ ଗହମ କେଜି ପିଛା ଦର ହ୍ରାସ ପାଇଛି । ସଞ୍ଜୀବ କହିଛନ୍ତି, ଭାରତ ସରକାର ବଜାରରେ ଗହମ ଓ ଅଟା ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଗ୍ରାହକଙ୍କୁ ଆଶ୍ୱସ୍ତ କରିବା ପାଇଁ ତଥା ବଜାର ମୂଲ୍ୟ ନିୟନ୍ତ୍ରଣ କରିବାପାଇଁ ମୁକ୍ତ ବଜାର ବିକ୍ରି ଯୋଜନା (ଓଏମଏସଏସ୍)ରେ ଅଧିକ ଗହମ ଛଡିବା ସହିତ ଅନ୍ୟ ପଦକ୍ଷେପ ମଧ୍ୟ ନେଇ ପାରନ୍ତି । ଅର୍ଥାତ୍ ଆଗାମୀ ଦିନରେ ଗହମ ଏବଂ ଅଟା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଗହମ ରପ୍ତାନୀ ଉପରେ କଟକଣା ହଟାଇବା ପାଇଁ କୌଣସି ପ୍ରସ୍ତାବ ଉପରେ ସରକାର ଏ ପର୍ଯ୍ୟନ୍ତ ବିଚାର କରିନଥିବା ସେ କହିଛନ୍ତି । ପ୍ରକାଶ, ଗତ ୨ଠ୨୨ ମେ ମାସରେ ଗହମ କ୍ରୟ ହ୍ରାସ ଯୋଗୁ ସରକାର ରପ୍ତାନୀ କଟକଣା ଜାରି କରିଥିଲେ । ତେବେ ବଜାରରେ ଗହମ ମୂଲ୍ୟ ବଢିବା ଯୋଗୁ ସରକାର ଜାନୁୟାରୀରେ ଓଏମଏସଏସ୍ ଘୋଷଣା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *