ବିଶ୍ୱବ୍ୟାଙ୍କ ମୁଖ୍ୟଙ୍କ ଇସ୍ତଫା

ୱାଶିଂଟନ୍, ୧୬ ।୨: ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍ ମଲପାସ ପାଞ୍ଚବର୍ଷର କାର୍ଯ୍ୟକାଳ ଶେଷ ହେବାର ୧୦ ମାସ ପୂର୍ବରୁ ଇସ୍ତଫା ଘୋଷଣା କରିଛନ୍ତି । ଜଳବାୟୁ ପରିବର୍ତ୍ତନ ନୀତିକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ଙ୍କ ପ୍ରଶାସନ ସହ ମତଭେଦ ପରେ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ମଲପାସ ଜୁନ୍ରେ ଆନ୍ତର୍ଜାତିକ ବିକାଶ ସଂସ୍ଥାନରୁ ବିଦାୟ ନେବେ ।
ପାରମ୍ପରିକ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ନିଯୁକ୍ତି କରିଥାନ୍ତି । ମଲପାସ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ନିକଟତମ ବ୍ୟକ୍ତି ବୋଲି କୁହାଯାଏ । ୨୦୧୬ ନିର୍ବାଚନ ପ୍ରଚାର ସମୟରେ ସେ ଟ୍ରଙ୍କ ପାଇଁ କାମ କରିଥିଲେ । ବିଶ୍ୱବ୍ୟାଙ୍କରେ ନିଯୁକ୍ତି ପୂର୍ବରୁ ମଲପାସ ଆମେରିକାର ଆନ୍ତର୍ଜାତିକ ବ୍ୟାପାର ବିଭାଗର ଟ୍ରେଜେରୀ ଅଣ୍ଡର ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ମଧ୍ୟ ରିପବ୍ଲିକାନ୍ ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ ଓ ଜର୍ଜ ଏଚ୍ଡବ୍ଲୁ୍ୟ ବୁଶ୍ଙ୍କ କାମ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *