ରାତି ୧ଠରେ ମହାଦୀପ

ଲିଙ୍ଗରାଜଙ୍କ ଜାଗର ନୀତିନିର୍ଘଣ୍ଟ
ଭୁବନେଶ୍ୱର (ବୁ୍ୟରୋ): ଆସନ୍ତା ୧୮ରେ ପାଳନ ହେବ ମହାଶିବରାତ୍ରୀ ତଥା ଜାଗର ଯାତ୍ରା । ଏଥିଲାଗି ବିଭିନ୍ନ ଶୈବାଳୟରେ ଜାଗର ପ୍ରସ୍ତୁତି ଚାଲିଥିବା ବେଳେ ପ୍ରାୟ ଶୈବପୀଠରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇ ସାରିଛି । ଏହି ପରିପ୍ରେକ୍ଷୀରେ ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ର୍ନିଦ୍ଧାରଣ କରାଯାଇଥିବା ଲିଙ୍ଗରାଜ ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଅନ୍ୟ ପୂଜାବିଧି ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ।
ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିରରେ ଜାଗର ଅବସରରେ ଭିଡ଼ ନିୟନ୍ତ୍ରଣ ଲାଗି ଗତକାଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ ଓ ଲିଙ୍ଗରାଜ ମନ୍ଦିର କମିଟି ସଦସ୍ୟ, ବିଦୁ୍ୟତ ବିଭାଗ କର୍ମଚାରୀ, ବିଭିନ୍ନ କର୍ପୋରେଟର, ବିଜେଡି, ବିଜେପି ଓ କଂଗ୍ରେସର ବିଧୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶୃଙ୍ଖଳିତ ପୂଜା ଓ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ଲାଗି ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପାଇଁ ୩୪ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି କମିଶନର ସୂଚନା ଦେଇଛନ୍ତି । ଏହାସହ ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସିଟିଭି କ୍ୟାମ୍ରା ଉପରେ କଡ଼ା ନଜର ରଖାଯିବ ବୋଲି ସୂଚନା ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *