ଚୌଦ୍ୱାର ସର୍କଲ ଜେଲ୍ରେ ଗୋପାଳ
କଟକ, ୧୪ା୨ (ବୁ୍ୟରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ ମଙ୍ଗଳବାର ପୁଲିସ୍ ଏସ୍କର୍ଟରେ ଝାରସୁଗୁଡା ସବ୍ଜେଲ୍ରୁ ଆଣି ଚୌଦ୍ୱାର ଜେଲ୍ ସର୍କଲ ଜେଲ୍ରେ ରଖାଯାଇଛି । ଚୌଦ୍ୱାର ଜେଲ୍ରେ ଗୋପାଳ ହାଇ ସିକ୍ୟୋରିଟି ରୁମ୍ (ସେଲ୍ ନଂ ୩)ରେ ରହିବ ବୋଲି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର ଓ ଜେଲ୍ ଅଧୀକ୍ଷକ ପ୍ରଦୀପ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଏଥିପାଇଁ ଜେଲ୍ରେ ୨୪ ଘଣ୍ଟିଆ ସିସି କ୍ୟାମେରା ମନିଟର କରାଯିବ । ତାର ସ୍ୱାସ୍ଥ୍ୟଗତ ସମସ୍ୟା ଓ ସୁରକ୍ଷା ପାଇଁ ଜେଲ୍ ମାନୁଆଲ୍ ଅନୁସାରେ ସ୍ୱତନ୍ତ୍ର ସୁବିଧା ମଧ୍ୟ କରାଯିବା ବ୍ୟବସ୍ଥା ହୋଇଛି । ହାଇପ୍ରୋଫାଇଲ ହତ୍ୟାକାଣ୍ଡର ଅଭିଯୁକ୍ତ ହୋଇଥିବାରୁ ଗୋପାଳକୁ ସ୍ୱତନ୍ତ୍ର ସର୍ବେକ୍ଷଣରେ ରଖାଯିବ । ଏଥିପାଇଁ ଚୌଦ୍ୱାର ଜେଲ ସୁପରିଟେଣ୍ଡ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ସ୍ୱ
ଯେହେତୁ ଝାରସୁଗୁଡ଼ା କୋର୍ଟରେ କେସ୍ ରହିଛି, ତେଣୁ ୧୪ ଦିନରେ ଥରେ ହାଜର ପାଇଁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଭିଡିଓ କନ୍ଫରେନ୍ସିଂ ଜରିଆରେ ତାକୁ ହାଜର କରାଯିିବ ।
ପୂର୍ବରୁ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ୍ରେ ମୃତୁ୍ୟ ପରେ ଜେଲ୍ ବିଭାଗକୁ ଏକ ଭୟ ଘାରିଥିଲା । ଏବେ ଗୋପାଳ ଦାସର ସୁରକ୍ଷା ଚିନ୍ତା ବଢିଛି । ଏନେଇ ଝାରସୁଗୁଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ କୋର୍ଟଙ୍କୁ ଜଣାଇଥିଲେ । ଅନ୍ୟପଟେ ଜେଲ୍ ବିଭାଗ ଡିଜି ମନୋଜ ଛାବ୍ରା କହିଛନ୍ତି, ଝାରସୁଗୁଡ଼ା ଜେଲ୍ରେ ଗୋପାଳ ନିଜକୁ ଅସୁରକ୍ଷିତ ମଣୁଥିଲା । ତାକୁ ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ ସେ କୋର୍ଟଙ୍କୁ ଜଣାଇଥିଲା । ପରେ କୋର୍ଟଙ୍କ ନିଦେ୍ର୍ଦଶ ତଥା ଜେଲ୍ ବିଭାଗର ଅନୁମତିକ୍ରମେ ଗୋପାଳକୁ ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା ।