୨.୩ ଲକ୍ଷ କୋଟିର ଚିଠା ବଜେଟ୍

ରାଜ୍ୟ ମନ୍ତ୍ରିପରିଷଦ ବୈଠକ
୧୫ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ୍
୬୨୨୫ ଅତିରିକ୍ତ ଶିକ୍ଷକ ପଦବୀ ସୃଷ୍ଟି
ବନ୍ଦୀ ମୃତୁ୍ୟ ପାଇଁ ସରକାର ଦେବେ କ୍ଷତିପୂରଣ
ବିମାନ ଇନ୍ଧନ ଭାଟ୍ କମିଲା
ଭୁବନେଶ୍ୱର, ୧୩ା୨(ବୁ୍ୟରୋ): ରାଜ୍ୟମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ଲାଭ କରିଛି । ସୋମବାର ଲୋକସେବା ଭବନ ଠାରେ ରାଜ୍ୟ ମନ୍ତ୍ରିପରିଷଦ ଓ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପକ୍ଷରୁ ଆଗତ କରାଯାଇଥିବା ଚିଠା ବଜେଟ୍କୁ ଅନୁମୋଦନ ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାର ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ଆକଳନ କରିଛନ୍ତି । ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଫେବ୍ରୁଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି । ଫେବ୍ରୁଆରୀ ୨୪ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ଠଠ୩-୨୪ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ । ତା’ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ଆଗତ ଏହି ଚିଠା ବଜେଟ୍ ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଅନୁମୋଦନ ଲାଭ କରିଛି ।
ସେହିପରି ରାଜ୍ୟ କ୍ୟାବିନେଟ୍ରେ ବିଭିନ୍ନ ବିଭାଗର ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟ ଭିତରେ ଉଡାଣ ଯୋଜନାରେ ଯାତାୟାତ କରୁଥିବା ବିମାନ ଇନ୍ଧନ କ୍ଷେତ୍ରରେ ରାଜ୍ୟ ସରକାର ଭାଟ୍ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲିଟର ପିଛା ୧% ଭାଟ୍ ହ୍ରାସ କରାଯିବ । ଏହାଦ୍ୱାରା ବିମାନ, ଲେହିକପ୍ଟର, ସି-ପ୍ଲେନ୍ ରାଜ୍ୟରେ ଯେକୈଣସି ସ୍ଥାନକୁ ଉଡାଣ ଭରିଲେ ଏହାର ଖର୍ଚ୍ଚ କମିବ । ଏହି ପ୍ରସ୍ତାବକୁ ସୋମବାର ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦ ମିଳିଛି । ସେହିପରି ତୃତୀୟଲିଙ୍ଗୀ ସନ୍ତାନଙ୍କୁ ପରିବାର ପେନସନ୍ ଯୋଜନାରେ ସାମିଲ କରାଯିବ ।ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନସନ୍ ପାଇବାରକୁ ଯୋଗ୍ୟ ବିବେଚିତ ହେବେ । ଅର୍ଥ ବିଭାଗ ପକ୍ଷରୁ ଆଗତ ଓଡିଶା ପେନସନ୍ ଅଧିନିୟମ ୧୯୯୨ର ସଂଶୋଧନ ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ସେହିପରି ଜେଲ ରେ କୈଣସି କାରଣରୁ କଏଦୀଙ୍କ ମୃତୁ୍ୟ ହେଲେ ସେମାନଙ୍କ ସମ୍ପର୍କୀୟଙ୍କୁ ଏଣିକି କ୍ଷତି ପୂରଣ ଦିଆଯିବ । ଏଥିପୂର୍ବରୁ ହାଇକୋର୍ଟ ଏବଂ ଜାତୀୟ ନାମବାଧିକାର କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ହାଗି ଗୃଲ ବିଭାଗ ପକ୍ଷରୁ ଆଗତ ଏହି ପ୍ରସ୍ତାବକୁ ମଞ୍ଜିରୀ ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଗତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ୧୦୦ ସିଟ୍ ବିଶିଷ୍ଟ ୨୩୭ ଟି ହେଷ୍ଟେଲ ନିର୍ମାଣ କରାଯିବ । ଏଥିନିମନ୍ତେ ୧୦୦୦ କୋଟି ଟଙ୍କା ବିନିଯୋଗ ହେବ । ଏହି ପ୍ରସ୍ତାବ ମଧ୍ୟ ରାଜ୍ୟ କ୍ୟାବିନେଟ୍ ରେ ଅନୁମୋଦନ ଲାଭ କରିଛି ।
ସେହିପରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଛୁଟି ବା ଟେର୍ନିଂରେ ଯିବା ପରେ ଖାଲି ପଡୁଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଲିଭ ଆଣ୍ଡ ଟ୍ରେନିଂ ରଜର୍ଭ ପଦବୀ ସୃଷ୍ଟି କରାଯିବ । ଏହାଦ୍ୱାରା ୬୨୨୫ ଅତିରିକ୍ତ ନୂତନ ପଦବୀ ସୃଷ୍ଟି ହେବ । ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉନ୍ନୟନ ନୀତି ୨୦୧୬ ନୀତିର ସଂଶୋଧନ ପ୍ରସ୍ତାବକୁ ମଞ୍ଜିରୀ ମିଳିଛି । ରାଜଧାନୀରେ ପାନୀୟ ଜଳ ଯୋଗାଣ ପାଇଁ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ୧୩୦ ମିଲିୟନ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବତ ଜଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ଟେଣ୍ଡର ପ୍ରଦାନ କରାଯାଇଛି । ସେହିପରି ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଜମି ଯୋଗାଇଦିଆଯିବ । ଜଟଣାରେ ଶ୍ରୀ ଭଇଲେ ପାର୍ଲେ କେଲାବାଣୀ ମଣ୍ଡଳ ବିଶ୍ୱବିଦ୍ୟାଳୟ ନିମନ୍ତେ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇଦେବେ । ସେହି ପରି ଜଳ ସମ୍ବଦ ବିଭାଗ ପକ୍ଷରୁ ଆଗତ ଡ୍ରେନେଜ୍ ଉନ୍ନତିକରଣ ଯୋଜନାକୁ ରାଜ୍ୟ କ୍ୟାବିନେଟ ରେ ମଞ୍ଜୁରୀ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *