ଆତ୍ମସମ୍ମାନକୁ ବାଧିଛି

ଓଏଚ୍ଆର୍ସି ସଦସ୍ୟ ପଦରୁ ଜଷ୍ଟିସ୍ ଦାସଙ୍କ ଇସ୍ତଫା
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ମାନବାଧିକାର କମିଶନ୍ ସଦସ୍ୟ ପଦରୁ ଜଷ୍ୟିସ୍ ରଘୁବୀର ଦାସ ଇସ୍ତଫା ପ୍ରଦାନ କରିଛନ୍ତି । ଜ୍େଟିସ ଦାସ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ।
ଓଡ଼ିଶା ମାନବାଧିକାର କମିଶନ (ଓଏଚ୍ଆର୍ସି) ଅଧ୍ୟକ୍ଷଙ୍କ ନିଯୁକ୍ତିକୁ ନେଇ ଜଷ୍ଟିସ୍ ରଘୁବୀର ଦାସ ତାଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍ ରଘୁବୀର ଦାସ କହିଛନ୍ତି, ଓଏଚ୍ଆର୍ସିର ନୂଆ ଅଧ୍ୟକ୍ଷ ଭାବେ ଯିଏ ନିଯୁକ୍ତି ପାଇଛନ୍ତି ସେ ଓଡ଼ିଶା ହାଇକୋର୍ଟରେ ତାଙ୍କ ଜୁନିୟର ଥିଲେ । ତାଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ବିବେକ ବାଧା ଦେଇଛି । ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ ଓଏଚ୍ଆର୍ସିର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *